ଚୌଦ୍ୱାର ଅଞ୍ଚଳର ୨ରୂପାନ୍ତରିତ ବିଦ୍ୟାଳୟ ଉଦଘାଟିତ

ଚୌଦ୍ୱାର: ଚୌଦ୍ୱାର ଅଞ୍ଚଳର ଦୁଇଟି ରୂପାନ୍ତରିତ ବିଦ୍ୟାଳୟ ଉଦଘାଟିତ ହୋଇ ଯାଇଛି । ସରକାରୀ ଅନୁଦାନରେ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା କରାଯାଇଥିବା ରୂପାନ୍ତରିତ ବିଦ୍ୟାଳୟ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଓଟିଏମ୍ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସଂଧ୍ୟା ୭ଟାରେ ଭର୍ଚ୍ଚୁଆଲ ମୋଡ଼ରେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ସମ୍ପାଦକ ବିଶ୍ୱ କଲ୍ୟାଣ ଦାସ, ସଦସ୍ୟ ସୁବ୍ରତ ସାମଲ, ଅର୍ଜୁନ କୁମାର ପଣ୍ଡା ଆଦିଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା , ପ୍ରଧାନ ଶିକ୍ଷୟତ୍ରୀ ମମତା ସାହୁ ଓ ସମସ୍ତ ଅଧ୍ୟାପନା ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ଚୌଦ୍ୱାର ନିକଟବର୍ତ୍ତି ଆଗ୍ରାହାଟ ରୁପାନ୍ତରିତ ହାଇସ୍କୁଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଦାସ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପୁରାତନ ଛାତ୍ର ସଂସଦ ସଦସ୍ୟ ବୃନ୍ଦ ଏବଂ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Comments are closed.