ଡିସେମ୍ବର ଯାଏ ୧୦ ଯୋଡ଼ା ରେଳସେବା ବୃଦ୍ଧି

ଭୁବନେଶ୍ବର: ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଦୂରଗାମୀ ସ୍ୱତନ୍ତ୍ର ରେଳ ସେବାକୁ ବୃଦ୍ଧି କରିବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ ଦୁଇ ଯୋଡ଼ା ସ୍ୱତନ୍ତ୍ର ରେଳ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ବୃଦ୍ଧି ଏବଂ ୧୦ ଯୋଡ଼ା ସ୍ୱତନ୍ତ୍ର ରେଳ ସେବାକୁ ଡିସେମ୍ବର ଶେଷ ଯାଏଁ ବୃଦ୍ଧି କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ସ୍ବତନ୍ତ୍ର ରେଳ ସେବା ହାୱଡାରୁ ଜାନୁଆରୀ ୪ରୁ ଏବଂ ଯଶୋବନ୍ତପୁରରୁ ଜାନୁଆରୀ ୬ରୁ ଚଳାଚଳ କରିବ। ହାୱଡ଼ା-ତିରୁପତି-ହାୱଡ଼ା ସ୍ବତନ୍ତ୍ର ରେଳ ହାୱଡ଼ାରୁ ସେପ୍ଟେମ୍ବର ୧୧ରୁ ଏବଂ ତିରୁପତିରୁ ସେପ୍ଟେମ୍ବର ୧୨ରୁ ଚାଲୁଛି।

ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚଳାଚଳ ବୃଦ୍ଧି କରିବାକୁ ଥିବା ସ୍ୱତନ୍ତ୍ର ରେଳ ଗୁଡିକ ହେଲା, ହଟିୟା-ଯଶୋବନ୍ତପୁର-ହଟିୟା ସ୍ୱତନ୍ତ୍ର ରେଳ ହଟିୟାରୁ ଡିସେମ୍ବର ୨୮ ଏବଂ ଯଶୋବନ୍ତପୁରରୁ ଡିସେମ୍ବର ୩୦ରୁ ଚାଲିବ। ହାୱଡ଼ା-ମହୀଶୂର-ହାୱଡ଼ା ସ୍ବତନ୍ତ୍ର ରେଳ ହାୱଡ଼ାରୁ ଡିସେମ୍ବର ୩୧ ଏବଂ ମହୀଶୂରରୁ ଜାନୁଆରୀ ୨ରୁ ଚାଲିବ। ହାୱଡ଼ା-ହାଇଦ୍ରାବାଦ-ହାୱଡ଼ା ସ୍ୱତନ୍ତ୍ର ରେଳ ହାୱଡ଼ାରୁ ଡିସେମ୍ବର ୩୧ ଏବଂ ହାଇଦ୍ରାବାଦରୁ ଜାନୁୟାରୀ ୨ରୁ ଚାଲିବ। ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ସ୍ୱତନ୍ତ୍ର ରେଳ ହାୱଡ଼ାରୁ ଡିସେମ୍ବର ୩୧ ଏବଂ ଯଶୋବନ୍ତପୁରରୁ ଜାନୁଆରୀ ୨ରୁ ଚଳାଚଳ କରିବ। ହାୱଡ଼ା-ଭାସ୍କୋଡାଗାମା-ହାୱଡ଼ା ସ୍ୱତନ୍ତ୍ର ରେଳ ହାୱଡ଼ାରୁ ଡିସେମ୍ବର ୩୦ରୁ ଏବଂ ଭାସ୍କୋଡାଗାମାରୁ ଜାନୁଆରୀ ୨ରୁ ଚାଲିବ। ହାୱଡ଼ା-ପଣ୍ଡିଚେରୀ-ହାୱଡ଼ା ସ୍ୱତନ୍ତ୍ର ରେଳ ହାୱଡ଼ାରୁ ଡିସେମ୍ବର ୨୬ରୁ ଏବଂ ପଣ୍ଡିଚେରୀରୁ ଡିସେମ୍ବର ୨୯ରୁ ଚଳାଚଳ କରିବ।

ହାୱଡ଼ା-ପୁରୀ-ହାୱଡ଼ା ରେଳ ହାୱଡ଼ାରୁ ଡିସେମ୍ବର ୩୧ରୁ ଏବଂ ପୁରୀରୁ ଜାନୁଆରୀ ୧ରୁ ଚାଲିବ। ହାୱଡ଼ା-ଏର୍ଣ୍ଣାକୁଲମ-ହାୱଡ଼ା ସ୍ୱତନ୍ତ୍ର ରେଳ ହାୱଡ଼ାରୁ ଡିସେମ୍ବର ୨୫ ଏବଂ ଏର୍ଣ୍ଣାକୁଲମରୁ ଡିସେମ୍ବର ୨୭ରୁ ଚାଲିବ। ସାଲିମାର-ସିକନ୍ଦରାବାଦ-ସାଲିମାର ସ୍ୱତନ୍ତ୍ର ରେଳ ସାଲିମାରରୁ ଡିସେମ୍ବର ୨୯ରୁ ଏବଂ ସିକନ୍ଦରାବାଦରୁ ଡିସେମ୍ବର ୩୧ରୁ ଚଳାଚଳ କରିବ। ହାଟିୟା-ବେଙ୍ଗାଲୁରୁ କ୍ୟାଣ୍ଟ-ହାଟିୟା ସ୍ୱତନ୍ତ୍ର ରେଳ ହଟିୟାରୁ ଡିସେମ୍ବର ୨୫ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟରୁ ଡିସେମ୍ବର ୨୮ ଯାଏଁ ଚଳାଚଳ କରିବ।

Comments are closed.