ଆସନ୍ତାକାଲି ‘ଜନତା କର୍ଫ୍ୟୁ’ ପାଇଁ ସମ୍ବଲପୁର ଡିଭିଜନର ୮ ଟି ଟ୍ରେନ୍ ବାତିଲ୍

ସମ୍ବଲପୁର : ଦେଶରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ସ୍ଥିତିରେ ଏହାର ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପ୍ରତିଶେଧକ ମୂଳକ ବ୍ୟବସ୍ଥା କରାଯାଉଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଦେଶର ସମସ୍ତ ଜନତାଙ୍କୁ ମାର୍ଚ୍ଚ ୨୨ ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଅନୁରୋଧ କରିଥିଲେ। ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ସମ୍ବଲପୁର ରେଳ ଡିଭିଜନରେ ଚାଲୁଥିବା ୮ ଟି ଟ୍ରେନ୍ ସମ୍ପୁର୍ଣ୍ଣ ବାତିଲ ହୋଇଛି। ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ମଧ୍ୟରେ ୧୮୩୦୩/୧୮୩୦୪ (ସମ୍ବଲପୁର-ପୁରୀ-ସମ୍ବଲପୁର) ଆନ୍ତରାଜ୍ୟ ଏକ୍ସପ୍ରେସ,୧୨୮୯୩/୧୨୮୯୪ (ଭୁବନେଶ୍ୱର- ବଲାଙ୍ଗୀର-ଭୁବନେଶ୍ୱର) ଆନ୍ତରାଜ୍ୟ ଏକ୍ସପ୍ରେସ, ୧୮୩୦୧/୧୮୩୦୨ (ସମ୍ବଲପୁର-ରାୟଗଡା-ସମ୍ବଲପୁର) ଆନ୍ତରାଜ୍ୟ ଏକ୍ସପ୍ରେସ, ୫୮୩୦୫/୫୮୩୦୬(ବଲାଙ୍ଗୀର-ବିଚୁପାଲି-ବଲାଙ୍ଗୀର) ଓ ୫୮୩୦୭/୫୮୩୦୮ (ବାଲାଙ୍ଗୀର-ବିଚୁପାଲି-ବଲାଙ୍ଗୀର) ଟ୍ରେନକୁ ଉଭୟ ଦିଗରୁ ବାତିଲ କରାଯାଇଥିବା ଜଣାପଡିଛି। ସେହିପରି ୨୦୮୦୯ (ସମ୍ବଲପୁର- ନନ୍ଦେଡ) ସମ୍ବଲପୁର ଛାଡୁଥିବା ତ୍ରି-ସାପ୍ତାହିକ ଏକ୍ସପ୍ରେସ ୨୨ ତାରିଖ ରବିବାର ଓ ୨୦୮୧୦(ନନ୍ଦେଡ-ସମ୍ବଲପୁର) ୨୩ ତାରିଖ ସୋମବାର ରେ ନନ୍ଦେଡ ଛାଡୁଥିବା ତ୍ରି-ସାପ୍ତାହିକ ଏକ୍ସପ୍ରେସ ବାତିଲ ହେବ। ସେହିପରି ୧୮୨୫୨ (ପୁରୀ-ହାଟିଆ) ତପସ୍ୱିନୀ ଏକ୍ସପ୍ରେସ ଆସନ୍ତାକାଲି ୭.୫୫ ପରିବର୍ତ୍ତେ ୧୦.୪୫ରେ ପୁରୀ ଛାଡିବାକୁ ନିର୍ଦେଶ ଦିଆଯାଇଛି।

Comments are closed.