ସିକ୍ୟୁରିଟି ସଂସ୍ଥାରେ ନିଯୁକ୍ତି ପାଇଁ ଯୁବକଙ୍କୁ ତାଲିମ ଆଦେଶ ପତ୍ର ଦେଲେ ବିଧାୟକ

ପାଟଣା : ଏସ୍ଆଇଏସ୍ ନାମକ ଏକ ଘରୋଇ ସିକ୍ୟୁରିଟି ସଂସ୍ଥା ପକ୍ଷରୁ ଗୁରୁବାର ଏକ ଆତ୍ମନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ୨୦ ଜଣ ଯୁବକଙ୍କୁ ସିକ୍ୟୁରିଟି ସଂସ୍ଥାରେ ନିଯୁକ୍ତି ପୂର୍ବ ତାଲିମ ଆଦେଶ ପତ୍ର ପ୍ରଦାନ କରାଯାଇଛି । ବିଡିଓ ଇଶ୍ବର ଚନ୍ଦ୍ର ନାଏକଙ୍କ ଉପସ୍ଥିତରେ ଓ ଏସଆଇଏସର କର୍ମ ନିୟୋଜନ ଅଧିକାରୀ ଦେବୀପ୍ରସାଦ ଉତ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୁବକମାନଙ୍କୁ ଆଦେଶ ପତ୍ର ବଣ୍ଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ଥିଲେ ।

Comments are closed.