ବ୍ଲକସ୍ତରୀୟ କପା ଚାଷୀ ତାଲିମ ଶିବିର ଅନୁଷ୍ଠିତ

ଟିଟିଲାଗଡ଼: କ୍ରମାଗତ ଭାବରେ ବର୍ଷାହାନି ଯୋଗୁଁ କ୍ଷତିର ଶିକାର ହେଉଥିବା ଟିଟିଲାଗଡ ବ୍ଲକର ଚାଷୀ ପାରମ୍ପରିକ ଧାନ ଚାଷ ବଦଲରେ ଅର୍ଥକାରୀ କପା ଫସଲ ପ୍ରତି ଅଧିକ ମାତ୍ରାରେ ଆକୃଷ୍ଟ ହେଉଛନ୍ତି। କୃଷି ବିଭାଗ ତଥ୍ୟ ମୁତାବକ ୨୦୧୮ରେ ଟିଟିଲାଗଡ ବ୍ଲକ ଅଞ୍ଚଳର ପ୍ରାୟ ୧୧୦୦ ହେକ୍ଟର ଚାଷ ଜମିରେ କପା ଚାଷ ହେବା ସହ ଚାଷୀ ହେକ୍ଟର ପ୍ରତି ପ୍ରାୟ ୧୦କ୍ୱିଣ୍ଟାଲରୁ ଊର୍ଦ୍ଧ୍ବ ଅମଳ ପାଇ ଲାଭବାନ ହୋଇଥିଲେ। ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କପା ବୈଷୟିକ ମିଶନ ପକ୍ଷରୁ କପା ଚାଷୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି।

ଏହାକୁ ନେଇ ମଙ୍ଗଳବାର ଟିଟିଲାଗଡ ସହକାରି କୃଷି ବିଭାଗ ସଭାଗୃହ ପରିସରରେ ଟିଟିଲାଗଡ ବ୍ଲକ ସ୍ତରୀୟ ଏକଦିବସୀୟ କପା ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ବଲାଙ୍ଗିରର ମୁଖ୍ୟ ଅଧିକାରୀ ଆଶିଷ ଦାଶ, କପା ବିଶେଷଜ୍ଞ କଟକ ସୋମନାଥ ମହାପାତ୍ର, ଟିଟିଲାଗଡ କୃଷି ଜିଲା ଅଧିକାରୀ ବାଲକୃଷ୍ଣ ଗୌଡ, ଟିଟିଲାଗଡ ସହକାରି କୃଷି ଅଧିକାରୀ ଅକ୍ଷୟ ଦାଶ, ଖୋଲାନ କୃଷି ଅଧିକାରୀ ଭାସ୍ୱତି ଆଚାର୍ଯ୍ୟ, ଏଓ ବଲାଙ୍ଗିର ସୁଜାତା ସାହୁ ପ୍ରମୁଖ ଯୋଗଦେଇ କପା ମଞ୍ଜି ରୋପଣ, ଯତ୍ନ, ରୋଗପୋକ ନିରାକରଣ, କେନ୍ଦ୍ର ସରକାରଙ୍କ କପା ନିଗମକୁ ବିକ୍ରୟ ଆଦି ବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ବିଷଦ ସୁଚନା ଦେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠ ପାଣିଗ୍ରାହୀ, ନନ୍ଦକିଶୋର ପ୍ରଧାନ, ନବିନ ନାଏକ, ଲବଣୀଧର ସାହୁ, ସୁଶାନ୍ତ ଖରା, ରଞ୍ଜିତ ଦୁର୍ଗା, ଗୋଦାବରି ମାଝୀ, ରୁପାଞ୍ଜଳି କୁମ୍ଭାର, ପଙ୍କଜିନୀ ପ୍ରଧାନ, ଭିଏଡବ୍ଲୁ ଆରତୀ ବାଗ, ମଇତ୍ର ଭୋଇ, ଯୁଗଲାଲ ତାଣ୍ଡି, ଦେବରାଜ ପୋଢ, ଡମ୍ବରୁଧର ରଣା, ଚିନ୍ତାମଣୀ ଚନ୍ଦନ ପ୍ରମୁଖ ଏଡ, ଭିଏଡବ୍ଲୁ, ଏଟିଏମ, କୃଷକ ସାଥି ତଥା ବହୁ ସଂଖ୍ୟାରେ ଉଦ୍ୟମୀ ଚାଷୀ ଉପସ୍ଥିତ ଥିଲେ।

Comments are closed.