ଟିଟିଲାଗଡ-ଥେରୁବାଲୀ ମଧ୍ୟରେ ନିର୍ମାଣ ଓ ମରାମତି ପାଇଁ ଟ୍ରେନ ଆଂଶିକ ବାତିଲ

ଟିଟିଲାଗଡ ଏବଂ ଥେରୁବାଲୀ ରେଳ ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ଏବଂ ରେଳ ପୋଲ ମରାମତି ସହିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଚଳିତ ଡିସେମ୍ବର ମାସ ୨୨ ଏବଂ ୨୯ରେ ଦୁଇଟି ଟ୍ରେନ୍ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରୁ ୨୨ ଏବଂ ୨୯ରେ ଛାଡ଼ିବାକୁ ଥିବା ୧୮୩୦୧ ସମ୍ବଲପୁର-ରାୟଗଡା ଏକ୍ସପ୍ରେସ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ। ରାୟଗଡା ଠାରୁ ୨୨ ଏବଂ ୨୯ରେ ଛାଡ଼ିବାକୁ ଥିବା ରାୟଗଡା-ଟିଟିଲାଗଡ ଏକ୍ସପ୍ରେସ ରାୟଗଡା ପରିବର୍ତ୍ତେ ଟିଟିଲାଗଡରୁ ଯାତ୍ରା ପ୍ରାରମ୍ଭ କରିବ।

୧୮୩୦୧/୧୮୩୦୨ ସମ୍ବଲପୁର-ରୟଗଡା-ସମ୍ବଲପୁର ଏକ୍ସପ୍ରେସ ସେବା ୨୨ ଏବଂ ୨୯ରେ ଉଭୟ ପାର୍ଶ୍ୱରୁ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ବାତିଲ ରହିବ। ରାୟପୁରରୁ ୨୨ ଏବଂ ୨୯ରେ ଛାଡ଼ିବାକୁ ଥିବା ୦୮୫୨୭ ରାୟପୁର-ବିଶାଖାପାଟନମ୍ ଟ୍ରେନ ଟିଟିଲାଗଡ ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ଫେରିବା ମାର୍ଗରେ ଏହା ଟିଟିଲାଗଡରୁ ୦୮୫୨୮ ବିଶାଖାପାଟନମ୍-ରାୟପୁର ଟ୍ରେନ ଭାବେ ରାଇପୁର ଫେରିବ। ୦୮୫୨୮ ବିଶାଖାପାଟନମ୍-ରାୟପୁର ବିଶାଖାପାଟନମ୍ ଟ୍ରେନ ୨୨ ଏବଂ ୨୯ରେ ରାୟାଗଡା ପର୍ଯ୍ୟନ୍ତ ଯାତ୍ରା କରିବ ଏବଂ ରାୟଗଡାରୁ ୦୮୫୨୭ ରାୟପୁର-ବିଶାଖାପାଟନମ୍ ଟ୍ରେନ ଭାବରେ ବିଶାଖାପାଟନମ୍ ଫେରିବ। ୮୫୨୭/୦୮୫୨୮ ରାୟପୁର-ବିଶାଖାପାଟନମ୍-ରାୟପୁର ଟ୍ରେନର ସେବା ୨୨ ଏବଂ ୨୯ରେ ଉଭୟ ପାର୍ଶ୍ୱରୁ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ବାତିଲ ରହିବ।

Comments are closed.