ରେଳଧାରଣରେ ଶୋଇଥିବା ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ୍, ୧୫ ପ୍ରବାସୀ ଶ୍ରମିକ ମୃତ

ଔରଙ୍ଗାବାଦ : ମହାରାଷ୍ଟ୍ରର ଔରଙ୍ଗାବାଦରେ ଆଜି ସକାଳେ ଏକ ଦୃଦୟ ବିଦାରକ ଘଟଣା ଘଟିଛି ।ରେଳ ଧାରଣା ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢିଯିବା ଫଳରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଶୁକ୍ରବାର ଭୋର ୫ ଟା ୧୫ ସମୟରେ ମହାରାଷ୍ଟ୍ରର ଔରଙ୍ଗାବାଦ-ଜଲନା ରେଳ ଧାରଣା ଉପରେ ଏହି ଅଭାବନୀୟ ଘଟଣା ଘଟିଛି।  ଲକ୍ ଡାଉନ ଯୋଗୁ ଛତିଶଗଡର ଶ୍ରମିକ ମହାରାଷ୍ଟ୍ରରେ ଫଶି ରହିଥିଲେ । ଘରକୁ ଆସିବା ପାଇଁ କୌଣସି ପରିବହନ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ରେଳ ଧାରଣା ଉପରେ ଚାଲି ଚାଲି ଛିତିଶଗଡ ଫେରୁଥିଲେ । ଚାଲିଚାଲି ଥକି ପଡିବା ଫଳରେ ସେମାନେ ରେଳ ଧାରଣା ଉପରେ ଶୋଇ ପଡିଥିଲେ । ପ୍ରବାସୀ ଶ୍ରମିକମାନେ ଫ୍ଲାଇଓଭର୍‌ ପାଖରେ ଥିବା ଔରଙ୍ଗାବାଦ-ଜଲ୍‌ନା ରେଳ ଧାରଣା ଉପରେ ଶୋଇଥିବା ବେଳେ ଗୋଟାଏ ମାଲ୍‌ବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି ମୃତଦେହକୁ ଉଦ୍ଧାର କରିବା ସହ ୪ ଜଣ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।

Comments are closed.