୧୦ ଯୋଡ଼ା ରେଳ ବାତିଲ

ଭୁବନେଶ୍ବର: ସାତ ଯୋଡ଼ା ବିଶେଷ ରେଳ ଅଗଷ୍ଟ ୨ରୁ ୮ ମଧ୍ୟରେ ବାତିଲ ରହିବ। ତିନି ଯୋଡ଼ା ବିଶେଷ ରେଳ ଶନିବାର ଓ ରବିବାର ବାତିଲ୍ ହେବ। ଏକ ଯୋଡ଼ା ରେଳ ଆଂଶିକ ବାତିଲ୍ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ୨ରୁ ୮ ମଧ୍ୟରେ ବାତିଲ ହେବାକୁ ଥିବା ରେଳ ଗୁଡିକ ହେଲା, ପୁରୀ-କଟକ-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ, କଟକ-ପାରାଦ୍ବୀପ-କଟକ, କଟକ-ଭଦ୍ରକ-କଟକ ବିଶେଷ ରେଳ ରହିଛି। ୭ ଏବଂ ୮ ତାରିଖ ଦିନ ବାତିଲ ହେବାକୁ ଥିବା ରେଳଗୁଡିକ ହେଲା, ପୁରୀ-ଅନୁଗୋଳ-ପୁରୀ, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଏବଂ ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ବିଶେଷ ରେଳ ରହିଛି।

 

ପୁରୀ-ଅନୁଗୋଳ-ପୁରୀ ବିଶେଷ ରେଳ ଅଗଷ୍ଟ ୨ ରୁ ୮ ମଧ୍ୟରେ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୋଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ। ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କେନ୍ଦ୍ର ଗୁଡିକ ରାତି ୮ ଟା ଯାଏଁ ଖୋଲା ରହିବ। ସେହିପରି ହାୱଡ଼ା ଅଞ୍ଚଳରେ ହାୱଡ଼ା ରେଳ ରହଣିସ୍ଥଳ ଏବଂ ଟିକିଆପଡା ୟାର୍ଡ଼ ଠାରେ ପ୍ରବଳ ବର୍ଷା ଜନିତ ରେଳ ଧାରଣା ଜଳମଗ୍ନ ଯୋଗୁଁ ହାୱଡ଼ାରୁ ଛାଡିବାକୁ ଥିବା ଇସ୍ପାତ ଓ ଧଉଳି ବିଶେଷ ରେଳକୁ ବାତିଲ କରାଯାଇଥିଲା। ସଂଯୋଗକାରୀ ରେଳ ବାତିଲ ଯୋଗୁଁ ଆସନ୍ତାକାଲି ଟିଟିଲାଗଡ଼ରୁ ଛାଡ଼ିବାକୁ ଥିବା ଟିଟିଲାଗଡ଼-ହାୱଡ଼ା ଇସ୍ପାତ ବିଶେଷ ରେଳ ଏବଂ ପୁରୀରୁ ଛାଡ଼ିବାକୁ ଥିବା ହାୱଡ଼ା-ପୁରୀ ବିଶେଷ ରେଳ ବାତିଲ ରହିବ।

Comments are closed.