ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମୁମ୍ବଇ : ମହାରାଷ୍ଟ୍ରରେ ଶନିବାର ସକାଳେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ହୋଇଛି। ମହାରାଷ୍ଟ୍ରର ନନ୍ଦୁରବର ଷ୍ଟେସନକୁ ପ୍ରବେଶ କରିବା ବେଳେ ନିଆଁ ଲାଗିଥିବା ନେଇ ଖବର ମିଳିଛି। ଯାତ୍ରୀ ମାନେ ଏକ ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି।ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସର ପ୍ୟାଣ୍ଟ୍ରି କାରରେ ନିଆଁ ଲାଗିବା ପରେ ଏହା ବ୍ୟାପି ଯାଇଥିଲା। ନିଆଁ ଲାଗିବା ମାତ୍ରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ଅଧିକାରୀ କହିଛନ୍ତି। ଏହାସହ ଟ୍ରେନରୁ ପ୍ୟାଣ୍ଟ୍ରି କାରକୁ ଅଲଗା ମଧ୍ୟ କରାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Comments are closed.