ଖାଲି ବଗି ଥିବା ଏକ ଟ୍ରେନର ଗୋଟିଏ ଇଞ୍ଜିନ ଲାଇନଚ୍ୟୁତ

ପୁରୀ : ଖାଲି ବଗି ଥିବା ଏକ ଟ୍ରେନର ଗୋଟିଏ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଚନ୍ଦନପୁର-ତୁଳସୀଚଉରା ମଝିରେ ଲାଇନଚ୍ୟୁତ ହୋଇଛି। ଇଞ୍ଜିନର ଆଗ ୩ଟି ଓ ପଛ ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରାସ୍ତାରୁ ଆସୁଥିବା ବେଳେ ଏହା ଲାଇନଚ୍ୟୁତ ହୋଇଛି। ଖବର ପାଇ ରେଲୱେ ବୈଷୟିକ ଟିମ ମରାମତି ପାଇଁ ପହଞ୍ଚିସାରିଛନ୍ତି। କାହିଁକି ଲାଇନଚ୍ୟୁତ ହେଲା ସେନେଇ ତଦନ୍ତ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଥିବା ସୂଚନା ମିଳିଛି।

Comments are closed.