ପଶ୍ଚିବ ବଙ୍ଗରେ ଲକ୍‌ଡାଉନ୍‌, ବାତିଲ ହେଲା ଟ୍ରେନ୍‌

ଭୁବନେଶ୍ବର: ପଶ୍ଚିମ ବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ରାଜ୍ୟରେ ଜୁଇାଇ ୨୫ ଓ ୨୯କୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାସହିତ ଜୁଲାଇ ଓ ଅଗଷ୍ଟମାସର ପ୍ରତ ଗୁରୁବାର ଓ ଶନିବାରକୁ ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ପଶ୍ଚିମ ବଙ୍ଗ ଲକ ଲକ୍‌ଡାଉନ୍‌ ପାଇଁ ପଶ୍ଚିମବଙ୍ଗ ଯାତ୍ରା କରୁଥିବା କିଛି ଟ୍ରେନ୍‌ଗୁଡ଼ିକୁ ଆଂଶିକ ବାତିଲ ବାତିଲ କରାଯାଇଛି। ସିଆଲଦା-ଭୁବନେଶ୍ବର ଦୂରନ୍ତ ସ୍ବତନ୍ତ୍ର ଟ୍ରେନ୍‌ ଜୁଲାଇ ୨୭ରେ ସିଆଲଦାରୁ ବାତିଲ ହୋଇଥିବାବେଳେ ଜୁଲାଇ ୨୮ରେ ଭୁବନେଶ୍ବରରୁ ମଧ୍ୟ ବାତିଲ ହେବ ସ୍ବତନ୍ତ୍ର ଦୂରନ୍ତ ଏକ୍ସପ୍ରେସ୍‌। ସେହିପରି ଯଶୋବନ୍ତପୁର ହାୱଡ଼ା ଦୂରନ୍ତ ଟ୍ରେନ୍‌ ଜୁଲାଇ ୨୮ରେ ଯଶୋବନ୍ତପୁରରୁ ବାତିଲ ହେବାକୁ ଥିବାବେଳେ ଜୁଲାଇ ୨୯ରେ ହାୱାଡ଼ାରୁ ମଧ୍ୟ ଦୂରନ୍ତ ସ୍ବତନ୍ତ୍ର ଟ୍ରେନ୍‌ ଯାତ୍ରା ବାତିଲ ହେବ। ହାୱାଡା ସିକନ୍ଦରାବାଦ ଫାଲ୍‌କାନାମା ଏକ୍ସପ୍ରେସ୍‌ ଜୁଲାଇ ୨୯ରେ ଉଭୟପଟରୁ ବାତିଲ କରାଯିବ। ୨୫ ଓ ୨୯ରେ ପଶ୍ଚିମବଙ୍ଗ ଲକ୍‌ଡାଉନ୍‌ ଥିବାରୁ ରେଲ୍‌ୱେ କର୍ତ୍ତୃପକ୍ଷ ପଦକ୍ଷେପ ନେଇଥିବା ସୂଚନା ମିଳିଛି।

Comments are closed.