ପଶ୍ଚିମବଙ୍ଗ ଯାତାୟତ କରୁଥିବା ଟ୍ରେନ୍ ବାତିଲ; ଓଡ଼ିଶାରୁ ବାତିଲ ହେଲା ଭୁବନେଶ୍ବର-ସିଆଲଦା ଏକ୍ସପ୍ରେସ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବୃଦ୍ଧି କରିଛନ୍ତି ଲକଡ଼ାଉନ ଅବଧି । ଏଥିନିମନ୍ତେ ପୂର୍ବ ରେଳବାଇ (ଇଷ୍ଟର୍ଣ୍ଣ ରେଲୱେ ) ପକ୍ଷରୁ କିଛି ଟ୍ରେନକୁ ବାତିଲ କରାଯାଇଛି ଓ କିଛି ଟ୍ରେନ ସ୍ଥଗିତ ରଖାଯାଇଛି । ୨୯ ତାରିଖରେ ପଶ୍ଚିମବଙ୍ଗକୁ ଆସୁଥିବା ଏବଂ ପଶ୍ଚିମବଙ୍ଗରୁ ଯାତ୍ରା ଆରମ୍ଭ କରିବାକୁଥିବା  ସମସ୍ତ ସ୍ବତନ୍ତ୍ର ଟ୍ରେନର ଚଳଚଳ ବାତିଲ କରାଯାଇଛି।

ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ମିିଳିଥିବା ସୂଚନା ଅନୁସାରେରାଜ୍ୟରେ ଲକଡ଼ାଉନ ଯୋଗୁଁ ଏପରି ନିଷ୍ପତ୍ତି ନେବାକୁ ପଡ଼ିଛି । ରାଜ୍ୟ ସରକାର ସପ୍ତାହର ୨ ଦିନ ଲକ୍ଡ଼ାଉନ ଘୋଷଣା କରିଛନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ-ହାଓଡ଼ା (୦୨୩୦୨) ଟ୍ରେନ୍ ଓ ଏହାର ଯୋଡ଼ା ଟ୍ରେନ୍ (୦୨୩୦୧)କୁ ବାତିଲ କରାଯାଇଛି ।

ଏହାବ୍ୟତୀତ ୨୭ ଓ ୨୯ ତାରିଖରେ ସିଆଲଦା-ନ୍ୟୁ ଅଲିପୁର ବିଶେଷ ଟ୍ରେନ୍ ସଂଖ୍ୟା ୦୨୩୭୭ ବନ୍ଦ ରହିବ । ସେହିପରି ୦୨୩୭୮ ବିଶେଷ ଟ୍ରେନ୍ ୨୮ଓ ୩୦ ତାରିଖରେ ଚାଲିବ ନାହିିଁ । ଏହାବ୍ୟତୀତ ସିଆଲଦା-ଭୁବନେଶ୍ବର (୦୨୨୦୧) ଓ ଭୁବନେଶ୍ବର ସିଆଲଦା (୦୨୨୦୨) ଟ୍ରେନ୍ ମଧ୍ୟ ଚାଲିବ ନାହିଁ । ୨୭ ଓ ୨୮ ତାରିଖ ଏହି ଟ୍ରେନ ଚଳାଚଳ ବନ୍ଦ ରହିବ ।

Comments are closed.