ଦିଲ୍ଲୀରୁ ଭୁବନେଶ୍ବରରେ ପହଞ୍ଚିଲା ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର: ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବରରେ ପହଞ୍ଚିଛି। ଦିଲ୍ଲୀ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିବା ପରେ ଯାତ୍ରୀମାନଙ୍କୁ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ୬ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଦିଲ୍ଲୀରୁ ଭୁବନେଶ୍ବର ଆସିଥିବା ସୂଚନା ଦିଆଯାଇଛି।

Comments are closed.