ବିଶେଷ ମହତ୍ତ୍ୱରେ ପରିପୂର୍ଣ୍ଣ ପରମ୍ପରା ସହ ଜଡ଼ିତ ଏହି କଥା

ମୋତି, ସିପ, ଶାଳଗ୍ରାମ ଶିଳା, ଶିବ ଲିଙ୍ଗ, ଶଙ୍ଖ, ଦୀପ, ପୂଜା ଯନ୍ତ୍ର, ମାଣିକ୍ୟ, ହୀରା, ଯଜ୍ଞ ସାମଗ୍ରୀ, ଫୁଲ, ପୁସ୍ତକ, ଜପମାଳା, ତୁଳସୀ ଜଟା, କର୍ପୂର, ଫୁଲ ହାର, ଗଙ୍ଗା ଜଳ, ସୁନା, ଚନ୍ଦନ, ଶାଳଗ୍ରାମ ପାଦୁକ ଇତ୍ୟାଦିକୁ ଭୂମିରେ ରଖିବା ଉଚିତ ନୁହେଁ।
ଭୂମିରେ ନ ରଖିବାର କାରଣ:
ଶାଳଗ୍ରାମ ପାଦୁକ,ଶାଳଗ୍ରାମ ଶିଳା,ଶିବ ଲିଙ୍ଗ ଏହାକୁ ପୂଜା କରାଯାଇଥାଏ। ତେଣୁ ଏହାକୁ କେବେ ମଧ୍ୟ ସିଧା ସଳଖ ଭୂମି ଉପରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶାଳଗ୍ରାମ ପାଦୁକ,ଶାଳଗ୍ରାମ ଶିଳା,ଶିବ ଲିଙ୍ଗଙ୍କର ଅପମାନ ହୋଇଥାଏ।
ଶଙ୍ଖ,ଦୀପ,ପୂଜା ଯନ୍ତ୍ର,ଫୁଲ,ତୁଳସୀ ଜଟା,କର୍ପୂର,ଫୁଲ ହାର,ଜପମାଳା ଓ ଚନ୍ଦନ ଇତ୍ୟାଦି ଦ୍ୱାରା ଆମେ ପୂଜା କରିଥାଉ। ଏହାକୁ ପୂଜାରେ ବ୍ୟବହାର କରିବା ଶୁଭ ଅଟେ। ତେଣୁ ଏହାକୁ ଭୂମିରେ ରଖନ୍ତୁ ନାହିଁ। କୌଣସି ପାତ୍ରରେ ଏହାକୁ ରଖି ପୂଜାରେ ବ୍ୟବହାର କରିପାରିବେ।
ମୋତି,ହୀରା,ମାଣିକ୍ୟ ଓ ସୁନା ଇତ୍ୟାଦିକୁ ତଳେ ରଖନ୍ତୁ ନାହିଁ। ଏହି ସମସ୍ତ ଦ୍ରବ୍ୟର ସମ୍ବନ୍ଧ କୌଣସି ଗ୍ରହ ସହିତ ରହିଥାଏ। ଗ୍ରହର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଏହାକୁ ଆଙ୍ଗୁଠିରେ ଧାରଣ କରିଥାନ୍ତି। ଏହାକୁ ତଳେ ରଖିବା ଦ୍ୱାରା ଗ୍ରହମାନଙ୍କର କୁପ୍ରଭାବର ଶିକାର ହେବାକୁ ପଡିଥାଏ।
ସିପ ସମୁନ୍ଦ୍ରରୁ ମିଳିଥାଏ। ତେଣୁ ସିପ ସହ ମା ଲକ୍ଷ୍ମୀଙ୍କର ସମ୍ବନ୍ଧ ରହିଛି। ସେଥିପାଇଁ ଏହାକୁ ସିଧା ସଳଖ ଭୂମି ଉପରେ ରଖିବା ଅନୁଚିତ।
ଯଜ୍ଞ ସାମଗ୍ରୀର ବ୍ରାହ୍ମଣଙ୍କ ସହ ସମ୍ବନ୍ଧ ରହିଛି। ତେଣୁ ଯଜ୍ଞ ସାମଗ୍ରୀକୁ ତଳେ ରଖିବା ଦ୍ୱାରା ଅପମାନ ହୋଇଥାଏ। ତେଣୁ ଏହାକୁ ତଳେ ରଖନ୍ତୁ ନାହିଁ।
ପୁସ୍ତକରୁ ଜ୍ଞାନ ମିଳିଥାଏ। ଏହାକୁ ଆମେ ପୂଜା ମଧ୍ୟ କରିଥାଉ। ତେଣୁ ପୂଜା ଉପଯୋଗ୍ୟ ଦ୍ରବ୍ୟକୁ ଭୂମି ଉପରେ ରଖନ୍ତୁ ନାହିଁ।
ହିନ୍ଦୁୁ ଧର୍ମ ଅନୁସାରେ ଏହାକୁ ଭୂମିରେ ରଖିବା ଅଶୁଭ ଅଟେ।

Comments are closed.