ରାଷ୍ଟ୍ରପତିଙ୍କୁ ପରଶାଯିବ ପାରମ୍ପରିକ ଓଡ଼ିଆ ଖାଦ୍ୟ

ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟରେ ଅପ୍ୟାୟିତ କରାଯିବ। କୋଣାର୍କ ଯାତ୍ରୀ ନିବାସ ପରିସରରେ କାମାଥ ଗ୍ରୁପ୍‍ ଅଫ୍‍ ହୋଟେଲର ରାମଚଣ୍ଡୀ ନିକଟରେ ଥିବା ଲୋଟସ ରିସର୍ଟ ପକ୍ଷରୁ ପରିଚାଳକ ଭାରତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖାଦ୍ୟ ପ୍ରସ୍ତୁତ କରାଯିବ। ସେପ୍‍ ସୁନିଲ୍‍ ଓ ତାଙ୍କ ସହଯୋଗୀମାନେ ରାଷ୍ଟ୍ରପତିଙ୍କ ଲାଗି ଖାଦ୍ୟ ପ୍ରସ୍ତୁତ କରିବେ। ସ୍ୱତନ୍ତ୍ର ଚାଉଳରେ ପ୍ରସ୍ତୁତ ଭାତ, ରୁଟି, ଡାଲମା, ଖଅଙ୍ଗା ମାଛ ପୋଡ଼ା, ସନ୍ତୁଳା, ଶାଗ ଭଜା, କଖାରୁ ଫୁଲ ପିଠଉ, ଛେନା ତରକାରୀ, ଖଅଙ୍ଗା ମାଛ ବେସର, ଚିକେନ୍‍, ମଟନ ଆଦି ଖାଦ୍ୟ ପ୍ରସ୍ତୁତ ହେବା କାର୍ୟ୍ୟକ୍ରମ ରହିଥିବା ବେଳେ ଛେନାପୋଡ଼, ରସଗୋଲା ମଧ୍ୟ ମେନୁରେ ସାମିଲ ହୋଇଛି। ୨୦୧ ନମ୍ବର କକ୍ଷରେ ରାଷ୍ଟ୍ରପତି ବିଶ୍ରାମ ନେବେ। ଏ ନେଇ ଗତକାଲି ପର୍ୟ୍ୟଟନ ସଚିବ ବିଶାଲ ଦେବ, ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯାତ୍ରୀ ନିବାସରେ ପହଞ୍ଚି ତଦାରଖ କରିଛନ୍ତି।

Comments are closed.