ଅନ୍ୟ ଜାତିରେ ବାହା ହେଲେ ବୋଲି…

ଝାବୁଆ : ଅନ୍ୟ ଜାତିର ବ୍ୟକ୍ତିଙ୍କୁ ବିବାହ କରିବାର ଦଣ୍ଡ ସ୍ବରୂପ ମଧ୍ୟପ୍ରଦେଶର ଜଣେ ମହିଳା ନିଜ ସ୍ବାମୀଙ୍କୁ ସର୍ବସମ୍ମୁଖରେ କାନ୍ଧରେ ବୋହିଛନ୍ତି। ଗ୍ରାମବାସୀଙ୍କ ନିର୍ଦେଶକ୍ରମେ ସେମାନଙ୍କ ସମ୍ମୁଖରେ ସମ୍ପୃକ୍ତ ୨୦ବର୍ଷ ବୟସ୍କା ମହିଳା  ପ୍ରବଳ ଯନ୍ତ୍ରଣା ସତ୍ତ୍ବେ ସ୍ବାମୀଙ୍କୁ କାନ୍ଧରେ ବସାଇ ବୁଲାଇବାକୁ ହୋଇଛି। ରାଜଧାନୀ ଭୋପାଳରୁ ପ୍ରାୟ ସାଢ଼େ ୩୦୦କିମି ଦୂର ଝାବୁଆ ଜିଲା ଅନ୍ତର୍ଗତ ଦେବୀଗଡ଼ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଏହି ଲଜ୍ଜାଜନକ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ମହିଳାଙ୍କୁ ଘେରିଥିବା ବହୁ ସଂଖ୍ୟକ ପୁରୁଷ ଲୋକ ତାଙ୍କୁ ନ ଅଟକି ଚାଲିବାକୁ ନିର୍ଦେଶ ଦେଉଥିବାର ଦୃଶ୍ୟ ଦେଖାଯାଉଛି । ଏହା ପ୍ରଚାର ହେବା ପରେ ସ୍ବାଭାବିକ ଭାବେ ଘଟଣାକୁ ନିନ୍ଦା କରାଯାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ ପୂର୍ବକ ତଦନ୍ତ ଚଳାଇଛି। ସ୍ଥାନୀୟ ଏସ୍‌ପି ବିନୀତ ଜୈନ୍‌ଙ୍କ କହିବାନୁସାରେ କିଛି ଲୋକ ନବବିବାହିତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ମାମଲାକ୍ରମେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

Comments are closed.