ବାଲି ବୋଝେଇ ଟ୍ରାକ୍ଟର ଓ ହାଇଓ୍ବା ଜବତ

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ପୁଲିସ ଆଜି ବେଆଇନ ଲଘୁ ଖଣିଜ ପରିବହନ ଅଭିଯୋଗରେ ବାଲି ବୋଝେଇ କରି ରାସ୍ତାରେ ଯାଉଥିବା ଗୋଟିଏ ଟ୍ରାକ୍ଟର ଓ ଏକ ହାଇଓ୍ବାକୁ ଜବତ କରି ଥାନାକୁ ଆଣିଛି । ଟ୍ରାକ୍ଟର ଓ ହାଇଓ୍ବା ଜବତ ସମ୍ପର୍କରେ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ସୂଚନା ଦିଆଯିବା ପରେ ତହସିଲଦାରଙ୍କ ନିର୍ଦ୍ଦେଶରେ ତୁରୁମୁଙ୍ଗା ଆର୍ ଆଇ ଗାଡି ଦୁଇଟି ଉପରେ ଜୋରିମାନା ଲାଗୁ କରିଛନ୍ତି । ଟ୍ରାକ୍ଟରଟି ଉପରେ ୧୦ ହଜାର ଟଙ୍କା ଓ ହାଇଓ୍ବା ଉପରେ ୩୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଟ୍ରାକ୍ଟର ମାଲିକ ଜୋରିମାନା ପଇଠ କରି ଟ୍ରାକ୍ଟରଟି ମୁକୁଳାଇ ନେଇଥିବା ବେଳେ ଜବଦ ହାଇଓ୍ବା ଟି ସଂନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଥାନା ପରିସରରେ ଠିଆ ହୋଇ ରହିଛି ।

Comments are closed.