ବନବିଭାଗର ଚଢ଼ାଉ, କାଠ ସହ ଟ୍ରାକ୍ଟର ଜବତ

ପାଟଣା: ଘଟଗାଁ ବ୍ଳକ ଅନ୍ତର୍ଗତ ମସିଣାବିଲା ଗ୍ରାମ ନିକଟରେ ଘଟଗାଁ ବନବିଭାଗ ଚଢାଉ କରି କାଠଗଣ୍ଡି ବୋଝେଇ ଏକ ଟ୍ରାକ୍ଟରକୁ ଜବତ କରିଛି। କାଠ ମାଫିଆମାନେ ଜଙ୍ଗଲରୁ କାଠ କାଟି ଚୋରା ଚାଲାଣ କରୁଥିବା ନେଇ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କାଠ ମଫିଆମାନେ ଫେରାର ହୋଇଯାଇଥିବା ବେଳେ ଜବତ କାଠ ଓ ଟ୍ରାକ୍ଟରକୁ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି। ତେବ ଜବତ କାଠଗୁଡିକର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.