ବାଲି ବୋଝେଇ ଟ୍ରାକ୍ଟର ଜବତ କଲେ ପାଟଣା ତହସିଲଦାର

ପାଟଣା : ପାଟଣା ତହସିଲ ଅନ୍ତର୍ଗତ ତୁରୁମୁଙ୍ଗା ନିକଟରୁ ବେଆଇନ ବାଲି ପରିବହନ କରୁଥିବା ଏକ ଟ୍ରାକ୍ଟରକୁ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଜବତ କରିଛନ୍ତି। ତହସିଲଦାରଙ୍କ ସହ ସରାସକୋଲା ରାଜସ୍ବ ନିରୀକ୍ଷକ ବୁଦ୍ଧଦେବ ମହାନ୍ତ ତୁରୁମୁଙ୍ଗା ଅଞ୍ଚଳ ଗସ୍ତ କ୍ରମରେ ଟ୍ରାକ୍ଟରଟି ତହସିଲଦାରଙ୍କ ହାବୁଡ଼ରେ ପଡିଥିଲା। ଟ୍ରାକ୍ଟର ମାଲିକଙ୍କ ଉପରେ ୧୨ ହଜାର ୧୨୦ ଟଙ୍କା ଜୋରିମାନା କରାଯାଇଥିବା ଜଣାପଡିଛି।

Comments are closed.