ବାଲି ଚୋରା ଚାଲାଣ ବେଳେ ଟ୍ରାକ୍ଟର ଜବତ, ୧୫ ହଜାର ଟଙ୍କା ଜରିମାନା ଆଦାୟ

ଗୁଣପୁର: ବଂଶଧାରା ନଦୀରୁ ବେଆଇନ ଭାବେ ବାଲି ଚାଲାଣ କରାଯାଉ ଥିବାବେଳେ ଗତକାଲି ରାତିରେ ତହସିଲଦାର ଶରତ ଚନ୍ଦ୍ର ନାୟକ ଗୋଟିଏ ଟ୍ରାକ୍ଟର ଜବତ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ବହୁଦିନ ଧରି ସ୍ଥାନୀୟ ଅଞ୍ଚଳରେ ଏଭଳି ଚୋରା ବାଲି ଚାଲାଣ ଚାଲିଥିବା ବେଳେ ଏବେ ନୂଆକରି ଶ୍ରୀ ନାୟକ ତହସିଲଦାର ଭାବେ ଦାୟୀତ୍ୱ ଗ୍ରହଣ ପରେ ଏବେ ଦୈନନ୍ଦିନ ଟ୍ରାକ୍ଟରଗୁଡିକ ଠାରୁ ଜରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଛି।

Comments are closed.