ଟ୍ରାକ୍ଟର ସହ କାଠ ଜବତ, ୫ ଗିରଫ

କଣ୍ଟାବାଞ୍ଜି .- କଣ୍ଟାବାଞ୍ଜି ଅଞ୍ଚଳରେ ଜଙ୍ଗଲ ମାଫିଆଙ୍କ ରାଜ ବଢିଚାଲିଛି। ସୋମବାର ପ୍ରାୟ ୯ ଟା ସମୟରେ କଣ୍ଟାବାଞ୍ଜି ବନବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରିବା ସମୟରେ ସେମଲା ଗ୍ରାମ ନିକଟରେ ଗୋଟିଏ ସ୍ୱରାଜ ଟ୍ରାକ୍ଟରରେ ବେଆଇନ ୧୦ କୁଇଣ୍ଟାଲ ଖଇର କାଠ ଚାଲାଣ କରୁଥିବା ସମୟରେ ଟ୍ରାକ୍ଟର ସହ କାଠ ଜବତ କରି ଘଟଣାସ୍ଥଳରୁ ଡ୍ରାଇଭର ସହ ୫ ଜଣ ଙ୍କୁ ଗିରଫ କରିଛି।

Comments are closed.