ଅସ୍ତ୍ରୋପଚାରର ଏକ ମାସ ପରେ ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ବିହାର: ବିହାରର ଗୟା ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅସ୍ତ୍ରୋପଚାରର ଏକ ମାସ ପରେ ଜଣେ ମହିଳାଙ୍କ ପେଟରୁ ଏକ ତଉଲିଆ ବାହାରିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଡ଼ାକ୍ତର ଅସ୍ତ୍ରୋପଚାର ସମୟରେ ୨୧ବର୍ଷୀୟ ମହିଳାଙ୍କ ପେଟରେ ତଉଲିଆ ଛାଡ଼ିଦେଇଥିଲେ।
ମହିଳାଙ୍କ ଜନନୀ ଯନ୍ତ୍ରଣା ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୨୯ ଜୁଲାଇରେ ଡ଼ାକ୍ତର ମହିଳାଙ୍କର ଅସ୍ତ୍ରୋପଚାରର କରିଥିଲେ। ମାତ୍ର ଏହାପରେ ମଧ୍ୟ ଯନ୍ତ୍ରଣା କମ ହୋଇନଥିଲା। ବରଂ ଅଧିକ କଷ୍ଟ ଅନୁଭବ ହୋଇଥିଲା।
ଏହାପରେ ମହିଳାଙ୍କୁ ଅନ୍ୟ ହସ୍ପିଟାଲକୁ ନିଆଯାଇଥିଲା।  ସ୍କାନିଂ କରିବା ପରେ ରିପୋର୍ଟ ଆସିବା ପରେ ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲା। ତାଙ୍କୁ ଜଣାପଡିଥିଲା ମହିଳାଙ୍କ ପେଟ ଭିତରେ କିଛି ଜିନିଷ ରହିବା ଭଳି।
ଏହାପରେ ପୁଣି ଥରେ ମହିଳାଙ୍କ ଅସ୍ତ୍ରୋପଚାର କରାଗଲା। ସେହି ସମୟରେ ମହିଳାଙ୍କ ପେଟରୁ ଏକ ତଉଲିଆ ବାହାରିଥିଲା। ଏହାସହ ଜଣାପଡ଼ିଥିଲା ବିଶେଷ କରି ସେହି ତଉଲିଆର ବ୍ୟବହାର ଡ଼ାକ୍ତରମାନେ ଅସ୍ତ୍ରୋପଚାର ସମୟରେ କରିଥାଆନ୍ତି। ମହିଳାଙ୍କ ପରିଜନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।

Comments are closed.