ପର୍ଯ୍ୟଟକ ଗାଡି ଦୁର୍ଘଟଣା ଗ୍ରସ୍ତ : ୩ ମୃତ ୧୬ ଆହତ

ସୋର : ବାଲେଶ୍ଵର ଜିଲ୍ଲା ​ସୋରର ଶେରଗଡ ଜଗନ୍ନାଥ ପେଟ୍ରୋଲ ପମ୍ଫ ନିକଟରେ ରବିବାର ସକାଳ ୫ଟାରେ ଏକ ପର୍ଯ୍ୟଟକ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବାଲେଶ୍ଵର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁରୀର ବାଲିସାହିରୁ କିଛି ପର୍ଯ୍ୟଟକ ଏକ  ​ଟ୍ରଭେଲର ଗାଡିରେ ୨୫ ଜଣ ପର୍ଯ୍ୟଟକ ମୟୁରଭଞ୍ଜର ଦେବକୁଣ୍ଡ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ​ଟ୍ରଭେଲର ଗାଡିଟି ପଛପଟୁ ଧକ୍କା ଦେଇଥିଲା।

ତେବେ ମୃତକଙ୍କ ପରିଚୟ ମିଳିଛି । ସେମାନେ ହେଉଛନ୍ତି ତ୍ରିନାଥ ଦାସ(୪୫),ବାପି ମିଶ୍ର(୪୦) ଏବଂ ଗଙ୍ଗାଧର ଦାସ(୮୦)। ଆହତ ମାନଙ୍କୁ ବାଲେଶ୍ଵର ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି।

Comments are closed.