ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବଢ଼ୁଛି ଭିଡ଼

ଭୁବନେଶ୍ବର : ଜନତା ମଇଦାନ ଠାରେ ଚାଲିଥିବା ଜୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଦ୍ବିତୀୟ ସଂଧ୍ୟାରେ ଶକ୍ତି ବିଭାଗ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଅର୍ଥ ବିଭାଗ ଶାସନ ସଚିବ ଅଶୋକ କୁମାର ମୀନା ଯୋଗ ଦେଇଥିଲେ। ଆଜି ରାଜସ୍ଥାନୀ ଓ ପଶ୍ଚିମ ବଙ୍ଗ କଳାକାରଙ୍କ ଲୋକନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା। ବିଭାଗୀୟ ସ୍ବତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜି ଦ୍ବିତୀୟ ସଂଧ୍ୟାରେ ବେଶ୍‌ ଭିଡ଼ ଜମି ଥିଲା। ଶୀତୁଆ ପରିବେଶରେ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସୁଆଦିଆ ଖାଦ୍ୟର ମଜା ନେଉଥିଲେ। ଭିଡ଼ ବଢ଼ି ଥିବାରୁ ଷ୍ଟଲ୍‌ରେ କାରବାର ମଧ୍ୟ ଭଲ ହେଉଛି।

Comments are closed.