କେନ୍ଦ୍ର କୃଷି ବିଲ ବିରୁଦ୍ଧରେ ନବରଙ୍ଗପୁର ଯୁବ କଂଗ୍ରେସ ତରଫରୁ ମଶାଲ ଯାତ୍ରା

ନବରଙ୍ଗପୁର : କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଆଜି ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବ କଂଗ୍ରେସ ସଭାପତି ଅଖିଳ ଭତରାଙ୍କ ନେତୃତ୍ୱରେ ଆୟୋଜିତ ଏହି ମଶାଲ ଶୋଭାଯାତ୍ରା ଆଜି ସନ୍ଧ୍ୟା ସମୟରେ କଂଗ୍ରେସ ଭବନ ଠାରୁ ବାହାରି ମହାତ୍ମା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ରାଲି ର ଆୟୋଜନ କରାଯାଇଥିଲା । ଏଥିରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଯୋଗ ଦେଇ କେନ୍ଦ୍ର ସରକାର ଙ୍କ କୃଷି ମରଣା ନୀତି କୁ ନେଇ ବିଜେପି ସରକାର ଉପରେ ବର୍ଷି ଥିଲେ । ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ସରୋଜ ପାତ୍ର, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ୱାରିକା ମହାପାତ୍ର, ପ୍ରଦୀପ ସାହୁ, ଅବଦୁଲ ଫିରୋଜ, ଦିଲୀପ ବେହେରା, ବୃନ୍ଦା ତ୍ରିପାଠୀ, ସତ୍ୟନାରାୟଣ ତ୍ରିପାଠୀ, ସୁମିତ ପୂଜାରୀ, ଚନ୍ଦ୍ର ମଲିକ, ବାସୁଦେବ ପଟନାୟକ, ଉଦିତ ତ୍ରିପାଠୀ ଏବଂ ପ୍ରଫୁଲ୍ଲ ଭତରା ପ୍ରମୁଖ ମଶାଲ ଶୋଭାଯାତ୍ରା ରେ ସାମିଲ ଥିଲେ । ନବରଙ୍ଗପୁର ପୋଲିସ ତରଫରୁ ଶାନ୍ତି ସୄଖଳା ଦୃଷ୍ଟିରୁ ମୁତୟନ ଥିଲେ ।

Comments are closed.