ମହାପ୍ରଭୁଙ୍କ ପାଇଁ ସ୍ୱର୍ଣ୍ଣ ଜିଭଛେଲା

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କୁ ଜଣେ ଶ୍ରଦ୍ଧାଳୁ ସୁନାର ଜିଭଛେଲା ଦାନ କରିଛନ୍ତି । ପ୍ରଭୁଙ୍କ ପାଇଁ ୩ଟି ସୁବର୍ଣ୍ଣ ଜିଭଛେଲା ଦାନ କରିଛନ୍ତି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ସେ ଦାନ କରିଛନ୍ତି । ୩ଟି ଜିଭଛେଲା ପ୍ରାୟ ୯୦ ଗ୍ରାମ ୩୩୦ ମିଲିଗ୍ରାମ ସୁନାର ବ୍ୟବହାର ହୋଇଛି ବୋଲି ଜଣାପଡିଛି ।ପ୍ରତିଦିନ ଶ୍ରୀଜିଉଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲାର ବ୍ୟବହାର ହୋଇଥାଏ ।

Comments are closed.