ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସକାଳ ୯ଟା ୪୫ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। କ୍ୟାବିନେଟ୍ ବୈଠକରେ ଉପସ୍ଥିତ ରହିବା ପାଇଁ ଆଜି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରୀମାନଙ୍କୁ ସିଧାସଳଖ ଫୋନ୍ ଯୋଗେ ସୂଚନା ଦିଆଯାଇଛି।
ବିଧାନସଭା ଅଧିବେଶନ ଥିବା କାରଣରୁ ସକାଳେ କ୍ୟାବିନେଟ୍ ବୈଠକ ରଖାଯାଇଛି ବୋଲି ସୂଚନା ମିଳିଛି । ଆସନ୍ତାକାଲିର କ୍ୟାବିନେଟ୍ ବୈଠକରେ ରାଜ୍ୟ ସରକାର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲଗାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

Comments are closed.