ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଦିନିକିଆ : କର ବା ମର ସ୍ଥିତିରେ ଭାରତ

ବିଶାଖାପାଟଣା : ଆସନ୍ତାକାଲି(ବୁଧବାର) ବିଶାଖାପାଟଣାର ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ। ବୁଧବାର ଦ୍ବିପ୍ରହର ୧ଟା ୩୦ରେ ଟସ୍ ପଡ଼ିବ ଏବଂ ୨ଟାରୁ ମ୍ୟାଚ ଆରମ୍ଭ ହେବ। ଚେନ୍ନଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପରାଜୟ ପରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି। ତେଣୁ ଏହି ମ୍ୟାଚକୁ କେହାଲି ବାହିନୀ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗରେ ଥିବା ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ।
ମ୍ୟାଚର ସିଧାପ୍ରସାରଣ ଷ୍ଟାର ସ୍ପୋଷ୍ଟ୍ସ-୧, ଷ୍ଟାର ସ୍ପୋଷ୍ଟ୍ସ-୧ଏଚଡି ଚ୍ୟାନେଇରେ ଦେଖିପାରିବେ

ଉଲ୍ଲେଖ ଯୋଗ୍ୟ, ଚେନ୍ନଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ସମ୍ପୁର୍ଣ୍ଣ ୫୦ ଓଭର ଖେଳି ଦଳର ଦୁଇ ଯୁବ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ(୭୧) ଓ ଶ୍ରେୟସ ଆୟର(୭୦) ରନ୍ ବଳରେ ୮ ୱିକେଟ ହରାଇ ୨୮୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଭାରତର ୨୮୮ ରନ୍ ଟାର୍ଗେଟକୁ  ୱେଷ୍ଟଇଣ୍ଡିଜ ୪୭.୫ ବଲରେ ହାସଲ କରିନେଇଥିଲା। ୱେଷ୍ଟଇଣ୍ଡିଜର ଓପନର ସାଇ ହୋପ ୧୫୧ ବଲରେ ୧୦୨ ରନର ପାଳି ଖେଳିଥିଲେ ଯେଉଁଥିରେ ତାଙ୍କର ଗୋଟିଏ ଛକା ୭ଟି ଚୌକା ସାମିଲ ରହିଥିଲା। ସେହିପରି ପ୍ରଥମ ଦିନିକିଆରେ ଦମଦାର ପଦର୍ଶନ କରି ୱେଷ୍ଟଇଣ୍ଡିଜକୁ ବିଜୟର ପ୍ରମୁଖ ଭୂମିକା ନେଇଥିବା ସିମ୍ରନ ହେତମେୟର ୧୦୬ ବଲରେ ୧୩୯ ରନର ପାଳି ଖେଳିଥିଲେ। ଏହି ପାଳିରେ ତାଙ୍କର ୭ଟି ଛକା ସହ ୧୧ ଟି ଚୌକା ସାମିଲ ରହିଥିଲା। ସିମ୍ରନ ହେତମେୟରଙ୍କୁ ଦମଦାର ପଦର୍ଶନ ପାଇଁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ମିଳିଥିଲା।

 

Comments are closed.