୭୭ବର୍ଷ ବୟସରେ ପଦାର୍ପଣ କଲେ ବଲିଉଡ୍ ବିଗ୍ ବି ଅମିତାଭ

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ  ଶୁକ୍ରବାର ୭୭ ବର୍ଷ ବୟସରେ ପାଦ ଦେଇଛନ୍ତି । ଅମିତାଭ ୧୯୪୨ମସିହା ଅକ୍ଟୋବର ମାସ ୧୧ତାରିଖରେ ପ୍ରୟାଗରାଜରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇ ଆସୁଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‍ ହିନ୍ଦୁସ୍ଥାନୀ’ ଚଳଚିତ୍ର ମାଧ୍ୟମରେ ନିଜର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିଲେ।

pic courtesy-koimoi

ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ଅଭିନିତ ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ରହିଛି- ଶୋଲେ, ଦିୱାର, ଅଗ୍ନିପଥ, ତ୍ରିଶୁଲ, ସରକାର ରାଜ, ଜଞ୍ଜିର, ଡ଼ନ୍, ମୁକଦର କା ସିକନ୍ଦର, ଅମର ଆକବର ଆନ୍ଥୋନି, ବାଗବାନ୍, ଲାବରିସ୍, କୁଲି ଭଳି ଅନେକ ଚଳଚ୍ଚିତ୍ର।

pic courtesy-Bollywood life

ବିଗ୍ ବି ଅମିତାଭ ତାଙ୍କର ବଲିଉଡ କ୍ୟାରିୟରରେ ଏପର୍ୟ୍ୟନ୍ତ ଅନେକ ସସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।

pic courtesy-inuth.com

ସେ … ବେଷ୍ଟ ଅଭିନେତା ପାଇଁ ତିନି ଥର ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି। ସେ ୧୯୯୨ମସିହାରେ ହମ୍ ଚଳଚ୍ଚିତ୍ର, ୨୦୦୬ମସିହାରେ ବ୍ଲାକ ଓ ୨୦୧୦ରେ ପା ଚଳଚ୍ଚିତ୍ର ପାଇଁ ବେଷ୍ଟ ଅଭିନେତା ଭାବେ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଥିଲେ। ସେହିଭଳି ଅମିତାଭ ୧୯୮୪ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମ ଭୂଷଣ, ୨୦୧୫ରେ ପଦ୍ମ ବିଭୂଷଣ, ୧୯୯୧ରେ ଫିଲ୍ମ ଫେୟାର ଲାଇଫଟାଇମ୍ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ ହୋଇଥିଲେ।

pic courtesy-the financial express

ଅମିତାଭ ତିନି ଥର ନ୍ୟାସନାଲ ଚଳଚ୍ଚିତ୍ର ପୁରସ୍କାର ଫର ବେଷ୍ଟ ଆକ୍ଟର ପାଇଁ ସମ୍ମାନିତ ହୋଇସାରିଛନ୍ତି। ସେ ୨୦୧୦ରେ ପା, ୨୦୧୬ରେ ପିକୁ, ୨୦୦୭ରେ ବ୍ଲାକ ଚଳଚ୍ଚିତ୍ର ପାଇଁ ନ୍ୟାସନାଲ ଚଳଚ୍ଚିତ୍ର ପୁରସ୍କାର ଫର ବେଷ୍ଟ ଆକ୍ଟରରେ ସମ୍ମାନୀତ ହୋଇଥିଲେ।

pic courtesy-zee news

ନିକଟରେ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ସମ୍ମାନରେ ମଧ୍ୟ ଅମିତାଭଙ୍କୁ ସମ୍ମାନିତ କରାଯିବ।

Comments are closed.