ଟୋଲ ପ୍ଲାଜାର କର୍ମଚାରୀଙ୍କୁ ୬ କିଲୋମିଟର ପର୍ଯ୍ୟନ୍ତ ଟାଣି ନେଲା କାର୍‌, ଭିଡିଓ ଭାଇରାଲ

ନୂଆଦିଲ୍ଲୀ ..- ହରିୟାଣାରେ ଟୋଲ ପ୍ଲାଜାରେ ଟିକସ ମାଗୁଥିବା ଜଣେ କର୍ମଚାରୀଙ୍କୁ ଧକ୍କା ଦେଇ କାର୍‌ ବନେଟ୍‌ ଉପରେ ୫-୬ କିଲୋମିଟର ଟାଣି ନେଇଥିବା ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଟୋଲ ପ୍ଲା଼ଜା ନିକଟରେ କାରଟି ବାଧକକୁ ଅତିକ୍ରମ କରି ଆଗକୁ ଯାଉଥିବା ବେଳେ କାର୍‌ ଚାଳକଙ୍କୁ ଜଣେ କର୍ମଚାରୀ ଅଟକାଇବାକୁ ଚେଷ୍ଟା କରିଥିଲେ । କାର୍‌ ଚାଳକ ଜଣଙ୍କ ତାଙ୍କୁ ଧକ୍କା ଦେଇଥିଲା । ସେ କାର୍‌ ବନେଟ୍‌ ଉପରକୁ ଛିଟିକି ପଡିଥିଲେ । ଏହାପରେ କାର ଚାଳକ ତାଙ୍କୁ ୧୦୦ କିଲୋମିଟର ଗତିରେ ଏକ ନିଛାଟିଆ ସ୍ଥାନକୁ ନେଇ ମାଡ ମାରିଥିବା ଅଭିଯୋଗ ହୋଇଛି ।

ପୁଲିସ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି । ସିସିଟିଭିରୁ କାର୍ ର ନମ୍ବର ଜଣା ପଡିଥିବା ବେଳେ ଏହାର ଚାଳକକୁ ଧରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

Comments are closed.