ଟୋକିଓ ଅଲିମ୍ପିକ୍‌ସରେ ଯୋଗ୍ୟତା ହାସଲ କଲେଣି ୯୫ ଭାରତୀୟ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଆଶା ଓ ଆଶଙ୍କା ମଧ୍ୟରେ ରହିଥିବା ଟୋକିଓ ଅଲିମ୍ପିକ୍‌ସ -୨୦୨୦ ଆସନ୍ତା ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ କ୍ରୀଡ଼ାବିତ୍‌ମାନେ ମଧ୍ୟ ନିଜକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ଲାଗି ଏପର୍ଯ୍ୟନ୍ତ ୯୫ଜଣ ଭାରତୀୟ ଖେଳାଳି ୧୨ଟି ବିଭାଗରେ ଯୋଗ୍ୟତା ହାସଲ କରିଛନ୍ତି। ସେଥିମଧ୍ୟରୁ ଭାରତୀୟ ବନ୍ଧୁକଚାଳନା ମହାସଂଘ ଓ ତୀରନ୍ଦାଜୀ ଆସୋସିଏସନ ଅଫ ଇଣ୍ଡିଆ ଦଳ ଘୋଷଣା କରିଛି।

ତୀରନ୍ଦାଜୀ : ପୁରୁଷ ରିକର୍ଭ ବ୍ୟକ୍ତିଗତ ବିଭାଗରେ ଅତନୁ ଦାସ, ତରୁଣଦୀପ୍‌ ରାଇ, ପ୍ରବୀଣ ଯାଦବ ରହିଥିବାବେଳେ ପୁରୁଷ ରିକର୍ଭ ଦଳଗତ ବିଭାଗରେ ତରୁଣଦୀପ୍‌ ରାଇ,ଅତନୁ ଦାସ, ପ୍ରବୀଣ ଯାଦବ ଓ ମହିଳା ବ୍ୟକ୍ତିଗତ ରିକର୍ଭ ବିଭାଗରେ ଦୀପିକା କୁମାରୀ ରହିଛନ୍ତି।

ଆଥ୍‌ଲେଟ୍‌ : ନୀରଜ ଚୋପ୍ରା , ଶିବପାଲ ସିଂହ ପୁରୁଷ ଜାଭେଲିନ୍‌ ଥ୍ରୋ, ଭାୱାନା ଜାଟ୍‌ ୨୦ ମିଟର ମହିଳା ଚାଲିବା, ଇର୍ଫାନ ଟୋଡି ୨୦ ମିଟର ପୁରୁଷ ଚାଲିବା, ୪ଗୁଣା ୪୦୦ମିଟର ପୁରୁଷ ରିଲେରେ ମହମ୍ମଦ ଆନାସ, ଭି.​‌କେ. ବିସ୍ମୟ, ନିର୍ମଳ ନୋହା, ଜିସାନ ମାଥ୍ୟୁ, ପୁରୁଷ ୩୦୦୦ ମିଟର ତ୍ରିପଲ ଚେସରେ ଅବିନାଶ ସାବଲ, ପୁରୁଷ ୨୦ ମିଟର ଚାଲିବାରେ ସନ୍ଦୀପ କୁମାର, ରାହୁଲ, ମହିଳା ୨୦ ମିଟର ଚାଲିବାରେ ପ୍ରିୟଙ୍କା ଗୌସ୍ବାମୀ,ପୁରୁଷ ଲଙ୍ଗଜମ୍ପରେ ଏମ୍‌. ଶ୍ରୀଶଙ୍କର, ମହିଳା ଡିସ୍‌କସ ଥ୍ରୋରେ କମଲପ୍ରୀତ୍‌ କୌର ରହିଛନ୍ତି।ମୁଷ୍ଟିଯୁଦ୍ଧରେ ସତିଶ କୁମାର, ଆଶିଷ କୁମାର, ଲଭଲିନା ଭୋର୍ଗିଆନ, ବିକାଶ କିଷାନ, ପୂଜା ରାଣୀ,ଅମିତ ଫଙ୍ଗଲ, ମେରିକମ୍‌, ସିମରନଜି୍ତ, ମନୀଷ କୌଶିକ ଯୋଗ୍ୟତା ହାସଲ କରିଛନ୍ତି। ଇକ୍ୟୁଷ୍ଟେରିଆନରେ ଫାୱଦ ମିର୍ଜା ପୁରୁଷ ବ୍ୟକ୍ତିଗତ ବିଭାଗରେ ଯୋଗ୍ୟତା ହାସଲ କରିଛନ୍ତି। ମହିଳା ଅସୀ ଚାଳନାରେ ଭବାନୀ ଦେବୀ, ଜିମ୍ନାଷ୍ଟିକ୍‌ରେ ପ୍ରଣତି ନାୟକ, ପୁରୁଷ ଓ ମହିଳା ହକି ଦଳ ଯୋଗ୍ୟତା ହାସଲ କରିଛନ୍ତି। ନୌଚାଳନାରେ ଅର୍ଜୁନ ଲାଲ ଜାଟ୍‌, ଅରବିନ୍ଦ ସିଂହ, ପାଲଟଣା ନୌକାଚାଳନାରେ ନେଥ୍ରା କୁମାନନ, ବିଷ୍ଣୁ ସର୍ବାନନ, କେ.ସି ଗଣପତି ଓ ବରୁଣ ଠାକୁର ଯୋଗ୍ୟତା ହାସଲ କରିଛନ୍ତି। ବନ୍ଧୁକଚାଳନାରେ ଅଞ୍ଜୁମ ମୁଦ୍‌ଗିଲ୍‌, ତେଜସ୍ବନୀ ସାୱନ୍ତ, ଅପୂର୍ଭି ଚାଣ୍ଡାଲା, ଇଲାଭେନିଲ୍‌ ଭାଲାରିଭା, ମାନୁ ଭାକର, ଯଶସ୍ବନୀ ଦେଶୱାଲ, ରାହି ସ୍ବର୍ଣ୍ଣବତ୍‌, ଦିବ୍ୟାଂଶ ପନୱର, ସଞ୍ଜୀବ ରାଜ୍‌ପୁତ୍‌, ଐଶର୍ଯ୍ୟ ପ୍ରତାପ ସିଂହ ତୋମାର, ସୌରଭ ଚୌଧୁରୀ, ଅବିଶେଷ ବର୍ମା, ଦୀପକ କୁମାର, ଅଙ୍ଗଦ ବୀର ସିଂହ ବାଜ୍‌ୱା, ମୀରାଜ୍‌ ଅହମ୍ମଦ ଖାନ ରହିଛନ୍ତି।ଟେବୁଲଟେନିସରେ ଏ ଶରଥ କମଲ, ସାଥିୟାନ ଗଣଶେଖରନ, ମାନିକା ବାତ୍ରା, ସୁତୀର୍ଥ ମୁଖାର୍ଜୀ,କୁସ୍ତିରେ ରବି ଦାହିଆ, ବଜରଙ୍ଗ ପୁନିଆ, ଦୀପକ ପୁନିଆ, ଭିନେଶ ଫୋଗତ, ଅଂଶୁ ମଲ୍ଲିକ, ସୋନମ ମଲ୍ଲିକ, ସୁମିତ ମଲ୍ଲିକ ଓ ସୀମା ବିଶାଳ।

Comments are closed.