ଟୋକିଓ ଅଲିମ୍ପିକ୍‌ସ, ଦୌଡ଼କୁଦ ଟ୍ରାକ୍‌ରେ ପରୀକ୍ଷାମୂଳକ ପ୍ରତିଯୋଗିତା

ଟୋକିଓ : ଟୋକିଓ ଅଲିମ୍ପିକ୍‌ସ ୨୦୨୦ ଆଉ ୩ ମାସରୁ କମ୍‌ ସମୟ ରହିଛି। ଏଥିପାଇଁ ଗୋଟିଏ ପରେ ଗୋଟିଏ ଷ୍ଟାଡ଼ିୟମ ପ୍ରସ୍ତୁତି ଶେଷ ହୋଇଛି। ଦୌଡ଼କୁଦ ଟ୍ରାକ୍‌ ପ୍ରସ୍ତତି ଶେଷ ହୋଇଥିବାବେଳେ ପରୀକ୍ଷାମୂଳକ ଭାବେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ରବିବାର ଦୌଡ଼କୁଦ ଟ୍ରାକ୍‌ ପରୀକ୍ଷା ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଆମେରିକା ଧାବକ ଜଷ୍ଟିନ ଗାଟ୍‌ଲିନ୍‌ଙ୍କ ସମେତ ମୋଟ ୪୨୦ ଆଥ୍‌ଲେଟ୍‌ ସାମିଲ ହୋଇଛନ୍ତି। ଯେଉଁଥିରେ ୯ଜଣ ବିଦେଶୀ ଆଥ୍‌ଲେଟ୍‌ ରହିଛନ୍ତି। ସନ୍ଧ୍ୟାରେ ଗେଟ୍‌ଲିନ୍‌ ୧୦୦ମିଟର ଦୌଡ଼ରୁ ପ୍ରତିଯୋଗିତା ଶୁଭାରମ୍ଭ କରିଥିଲେ।

ଏହି ପ୍ରତିଯୋଗିତାକୁ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ରହିଥିଲା। ଏଥିରୁ ସଂଗୃହିତ ଅର୍ଥ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିନିଯୋଗ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିପରି ପୁରୁଷ ସଟ୍‌ପୁଟ୍‌ ଟ୍ରାକ୍‌ ସହ ଭଲିବଲ ଟ୍ରାକ୍‌ , ହାଇଜମ୍ପ, ପୋଲଭଲ୍ଟ, ମହିଳା ତ୍ରିପଲ ଜମ୍ପ ଟ୍ରାକ୍‌ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଟୋକିଓରେ ଜରୁରୀକାଳୀନ ଲାଗୁ କରାଯାଇଥିବାରୁ ୧୧ଟି ବିଭାଗ କ୍ରୀଡ଼ା ଲାଗି ଏପର୍ୟ୍ୟନ୍ତ ଟ୍ରାକ୍‌ ପ୍ରସ୍ତୁତି କାର୍ୟ୍ୟ ଶେଷ ହୋଇ ପାରିନାହିଁ।

Comments are closed.