ମହିଳା ହକି : ଭାରତର ପ୍ରଥମ ବିଜୟ

ଟୋକିଓ: କ୍ରମାଗତ ୩ଟି ପରାଜୟ ପରେ ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ପୁଲ-ଏ ର ଖେଳାଯାଇଥିବା ଚତୁର୍ଥ ଲିଗ୍‌ ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତର କ୍ବାର୍ଟର ଫାଇନାଲ ଆଶା ବଜାୟ ରଖିଛି। ଭାରତକୁ ନକ୍‌ଆଉଟ୍‌ ଦୌଡ଼ରେ ତିଷ୍ଠି ରହିବା ଲଗି ଉକ୍ତ ମ୍ୟାଚକୁ ଜିତିବା ଏକାନ୍ତ ଆବଶ୍ୟକତା ଥିଲା । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପ୍ରଥମ , ଦ୍ବିତୀୟ ଓ ତୃତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା।ଚତୁର୍ଥ କ୍ବାର୍ଟର ତଥା ଖେଳ ଶେଷ ହେବାକୁ ଆଉ ମାତ୍ର ୩ ମିନିଟ୍‌ ବାକି ରହିଥିବାବେଳେ ଅଧିନାୟିକା ରାଣୀ ରାମପାଲଙ୍କ ଏକ ସୁନ୍ଦର ପାସ୍‌କୁ ଅଗ୍ରଭାଗ ଖେଳାଳି ନବ୍‌ନିତ୍‌ କୌର ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ଭାରତ ପ୍ରଥମ ମ୍ୟାଚରେ ୫-୧ ଗୋଲରେ ନେଦରଲାଣ୍ଡ୍‌ସ ଓ ଦ୍ବିତୀୟ ମ୍ୟାଚରେ ୨-୦ ଗୋଲରେ ଜର୍ମାନୀ ଓ ଗ୍ରେଟ୍‌ ବ୍ରିଟେନ ନିକଟରୁ ୪-୧ ଗୋଲରେ ପରାଜିତ ହୋଇଥିଲା।

କେମିତି ଭାରତର କ୍ବାର୍ଟର ସମ୍ଭବ
ଭାରତ ୪ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୩ଟି ପରାଜୟ ସହ ୩ ପଏଣ୍ଟ ପାଇ ପୁଲ-ଏ ର ପଞ୍ଚମ ସ୍ଥାନରେ ରହିଛି। ପୁଲରେ ନେଦରଲାଣ୍ଡସ ଓ ଜର୍ମାନୀ ୪ଟି ଲେଖାଏଁ ମ୍ୟାଚ ଖେଳି ୧୨ ପଏଣ୍ଟ ସ​‌ହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଗ୍ରେଟ୍‌ ବ୍ରିଟେନ ୬ ପଏଣ୍ଟ ସହ ୩ୟ ଓ ଆର୍ୟଲାଣ୍ଡ ୩ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି। ଆର୍ୟଲାଣ୍ଡ ଶେଷ ଲିଗ୍‌ ମ୍ୟାଚ ଗ୍ରେଟ୍‌ ବ୍ରିଟେନ ସହିତ ଖେଳିବ। ଉକ୍ତ ମ୍ୟାଚରେ ଯଦି ଆର୍ୟଲାଣ୍ଡ ପରାଜିତ ହୁଏ ତେବେ ଭାରତ ଦକ୍ଷିଣଆଫ୍ରିକାକୁ ପରାସ୍ତ କରେ ତେବେ ଭାରତ କ୍ବାର୍ଟର ଫାଇନାଲରେ ସିଧାସଳଖ ପହଞ୍ଚିପାରିବ। ଅ ନ୍ୟପକ୍ଷରେ ଗ୍ରେଟ୍‌ ବ୍ରିଟେନ ଯଦି ପରାଜିତ ହୁଏ ତେବ ଭାରତ ଦକ୍ଷିଣଆଫ୍ରିକାକୁ ବଡ ବ୍ୟବଧାନରେ ପରାସ୍ତ କରେ ତେବେ ଭାରତ ପାଇଁ କ୍ବାର୍ଟର ଫାଇନାଲ ଆଶା ରହିବ। ଭାରତ – ଦକ୍ଷିଣଆଫ୍ରିକା, ଗ୍ରେଟ୍‌ ବ୍ରିଟେନ- ଆର୍ୟଲାଣ୍ଡ ମ୍ୟାଚ ଶନିବାର ଖେଳାଯିବ।

Comments are closed.