ଟୋକନ ବ୍ୟବସ୍ଥାକୁ ନେଇ ବଢ଼ୁଛି ଅସନ୍ତୋଷ: ଆନ୍ଦୋଳନ ଲାଗି ପ୍ରସ୍ତୁତ ହେଉଛନ୍ତି ଚାଷୀ

ପଦ୍ମପୁର: ପଦ୍ମପୁର ଉପଖଣ୍ତର ବିଭିନ୍ନ ଅଂଚଳରେ ପ୍ରାୟ ୭୦ ଗୋଟି ଧାନ କ୍ରୟ କେନ୍ଦ୍ର ଖୋଲା ଯାଇଛି। ଗତ ୯  ତାରିଖ ଠାରୁ ଶୁଭାରମ୍ଭ ହୋଇଥିଲେ ସୁଦ୍ଧା ଚାଷୀ ଧାନ ବିକ୍ରି କରିପାରୁ ନାହିଁ। କାରଣ ବିକ୍ରୟ କରିବା ପାଇଁ ଟୋକନ ପ୍ରତିବନ୍ଧକ ସାଜିଛି । ପ୍ରାୟ ଅଧିକାଂଶ ଚାଷୀଂକ ୬୦ ରୁ ୭୦ ପ୍ରତିଶତ ଧାନ ଅମଳ ସରି ଯାଇଛି । ଧାନକୁ ସିଧା ସଳଖ ମଣ୍ତିକୁ ନେବା ପାଇଁ ଚାଷୀ ଧାନ କ୍ଷେତ ,ପିଚୁ ରାସ୍ତା ,ପୋଲ ଉପରେ ଧାନ ଶୁଖାଇ ଜଗି ରହୁଛନ୍ତି  ।ସରକାର ଚାଷୀମାନଂକୁ ଧାରାବାହିକ ଭାବରେ ଟୋକନ ପ୍ରଦାନ କରାଯିବ। ଟୋକନ ପାଇବା ୩୦ଦିନ ମଧ୍ୟରେ ଧାନ ବିକ୍ରି କରିପାରିବେ। କିନ୍ତୁ ପ୍ରକୃତରେ ତାହା ବିପରୀତ ହେଉଛି ।ଟୋକନକୁ ଚାଷୀମାନଂକୁ ଅପେକ୍ଷା କରିବାକୁ ହେଉଛି। ଚାଷୀ ମୁଣ୍ତରେ ବିଭିନ୍ନ ଚାପ ଆସୁଥିବାରୁ ମାତ୍ର ୧୨ଶହ ଟଂକାରୁ ୧୫ଶହ ଟଂକାରେ ଧାନକୁ ବ୍ୟବସାୟୀ ପାଖରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଟୋକନ ପାଇବା ପୂର୍ବରୁ ଚାଷୀର ଧାନ ବ୍ୟବସାୟୀ ଗୋଦାମରେ ରହିଥିବ।ପ୍ରଶାସନର ଧାନ ବିକ୍ରି କରିବା ନିୟମରେ ଅହେତୁକ ବିଳମ୍ବ ବ୍ୟବସାୟୀ ଓ ଦଲାଲମାନଂକୁ ସୁହାଇବ । ଚାଷୀମାନେ ସୁବ୍ୟବସ୍ଥିତ ,ସହଜ ଓ ସରକାରଂକ ଘୋଷଣାନୁସାରେ ଧାନ ବିକ୍ରି କରି ପ୍ରାପ୍ୟ ପାଇବା ସଂପର୍କରେ ବିଚାର ବିମର୍ଷ ପାଇଁ ଗୁରୁବାର ଏକ ବୈଠକ  ରାଜ ବୋଡା ସମ୍ବର କୃଷକ ସଂଗଠନ ଆନୁକୂଲ୍ୟରେ ହେବ ।ସରକାର ଧାନ ବିକ୍ରି ବ୍ୟବସ୍ଥା ଠିକ ଭାବରେ ନ କଲେ ଆଗମୀ ଦିନର କାର୍ଯ୍ୟପନ୍ଥା ବୈଠକରେ ଆଲୋଚନା ହେବ ବୋଲି ସଂଗଠନର ଆବାହକ ଅଶୋକ ସାହୁ ଚେତାବନୀ ଦେଇଛନ୍ତି ।

Comments are closed.