କଟକ ସହରରୁ ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ଆଉ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୮୮ ସୁସ୍ଥ, ୧୩୯ ସକ୍ରିୟ କେସ ରହିଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୬ ସରକାରୀ କ୍ବାରେଣ୍ଟାଇନ, ୩ ହୋମ କ୍ବାରେଣ୍ଟାଇନ, ୨ସ୍ଥାନୀୟ ଅଂଚଳର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ ଆଉ ୨, ଖପୁରିଆ ଜଣେ, ବକ୍ସିବଜାରରୁ ଜଣେ, ଯୋବ୍ରା ପାରେଶ୍ୱର ସାହିରୁ ଜଣେ, ଏସସିବି ମେଡ଼ିକାଲ ଆଇସୋଲେସନ ୱାର୍ଡ଼ରୁ ଜଣେ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲାରୁ ଫେରି କ୍ବାରେଣ୍ଟାଇନରେ ଥିବା ୫ ଆକ୍ରାନ୍ତ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି।

Comments are closed.