ଆଜି ପହଞ୍ଚିବ ସହିଦ ଅଜିତ ସାହୁଙ୍କ ପାର୍ଥୀବ ଶରୀର

ଭୁବନେଶ୍ବର : ଜାମ୍ମୁ-କାଶ୍ମୀର ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ୍ ସାହୁଙ୍କ ପାର୍ଥିବ ଶରୀର ବୁଧବାର ଓଡିଶା ଆସିବ । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ଜନ୍ମଭୂମି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମକୁ ନିଆଯିବ । ସେଠାରେ ତାଙ୍କ ଶେଷ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ଉପଜିଲ୍ଲାପାଳ  ବିଷ୍ଣୁପ୍ରସାଦ ଆଚର୍ଯେ୍ୟ ସହିଦ ଅଜିତଙ୍କ ଘରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ୨୦୧୫ରେ ଅଜିତ୍ ସାହୁ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

Comments are closed.