ଲତା ମଙ୍ଗେସକର

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ଭାରତୀୟ ସଙ୍ଗୀତ ଜଗତରେ ସେ ଜୀବନ୍ତ କିମ୍ବଦନ୍ତୀ ଥିଲେ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରିଆସିଛନ୍ତି। ତାଙ୍କ ବାପା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ। ମାତ୍ର ୫ବର୍ଷ ବୟସରୁ ଲତା ତାଙ୍କ ବାପାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କଲେ। ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବାର ଦାୟିତ୍ବ ଲତାଙ୍କ ଉପରକୁ ଆସିଲା। ସଙ୍ଗୀତକୁ ପେସା କରି ସେ ଆଗକୁ ବଢ଼ିଲେ। କେବଳ ହିନ୍ଦୀ ନୁହେଁ, ୩୬ଟି ଭାଷାରେ ଲତା ଗୀତ ଗାଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ୨୦୨୨ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରାଣ ହରାଇଥିଲେ।

Comments are closed.