ଆଜି ବିଶ୍ୱ ଶୌଚାଳୟ ଦିବସ

ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ୍‍ ଅଧିନରେଏହି ଦିବସ ପାଳିତ ହେଉଛି। ପରିମଳ ସଙ୍କଟ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଶୌଚାଳୟ ବ୍ୟବହାର କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେଏହି ଦିବସ ପାଳନ କରାଯାଇଥାଏ। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‍ଏହି ଅବସରରେ ଏକ ଭର୍ଚୁଆଲ୍‍ କାର୍ଯ୍ୟକ୍ରମ ମାଧ୍ୟମରେ ଶୀର୍ଷ ସ୍ଥାନରେ ଥିବା ଜିଲ୍ଲା ଓ ରାଜ୍ୟଗୁଡିକୁ ‘ସ୍ୱଚ୍ଛତା ପୁରସ୍କାର’ରେ ସମ୍ମାନିତ କରିବେ। କୋଭିଡ- ୧୯ର ପୃଷ୍ଠଭୂମୀରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍‍ ଆକାରରେ ଆୟୋଜିତ କରାଯାଇ ପୁରସ୍କୃତ ହେବାକୁ ଥିବା ବ୍ୟକ୍ତିମାନଙ୍କୁ ଅନ୍‍ଲାଇନ୍‍ ମଂଚ ଜରିଆରେ ସଂଯୋଗ କରାଯିବ।

ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୨୦୧୪-୨୦୧୯ ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରଥମ ପର୍ଯ୍ୟାୟ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ୍‍ ଜରିଆରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ଓ ଖୋଲାରେ ଶୌଚମୁକ୍ତିର ସଫଳତାକୁ ଜାରି ରଖିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ କରାଯାଇଛି। ସ୍ୱଚ୍ଛ ସୁନ୍ଦର ସମୁଦାୟିକ ଶୌଚାଳୟ ଏବଂ ସମୁଦାୟିକ ଶୌଚାଳୟ ଅଭିଯାନ ଭଳି ଗୋଷ୍ଠୀ ପରିମଳ କେନ୍ଦ୍ରର ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ଅନେକ ଅଭିଯାନ ଗତ ବର୍ଷକ ମଧ୍ୟରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଉଛି।

Comments are closed.