ଦିଲ୍ଲୀ ବିଧାନସଭା ନିର୍ବାଚନ : କିଛି ସମୟ ପରେ ଜଣାପଡିବ ଚୁଡାନ୍ତ ପ୍ରାର୍ଥୀଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ମନୋନୟନପତ୍ରଗୁଡ଼ିକ ଯାଞ୍ଚ ପରେ ୬୯୮ ଜଣ ପ୍ରାର୍ଥୀଙ୍କର ମନୋନୟନପତ୍ର ବୈଧ ଥିବା ଜଣାପଡିଛି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ୧୦୨୯ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିଲେ।

ଶୁକ୍ରବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି, ଆମ୍‍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ତ୍ରିପକ୍ଷୀୟ ମୁକାବିଲା ହେବାର ସମ୍ଭାବନା ରହିଛି । ଆସନ୍ତାମାସ ୮ ତାରିଖରେ ଭୋଟ୍‍ ଗ୍ରହଣ ହେବ ଏବଂ ୧୧ ତାରିଖ ଦିନ ଭୋଟ୍‍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।

Comments are closed.