ଆଜି ଚିହ୍ନଟ ହେଲେ ୨୩୧ ନୂଆ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ପାଇଥିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମତି ରହିଛି। ରାଜ୍ୟରେ ଦିନକରେ ୨୩୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୩୩, ସ୍ଥାନୀୟ ୯୮। ମୋଟ ପଜିଟିଭଙ୍କ ସଂଖ୍ୟା ୩,୩୦,୯୨୧କୁ ବୃଦ୍ଧି ପାଇଛି। ୩,୨୬,୭୭୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୨୦୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୩୦ ଆକ୍ରାନ୍ତ ଚିହ୍ନଟ। ଅନୁଗୁଳରୁ ୨୧, ବାଲେଶ୍ୱର ୮, ବରଗଡ ୨୫, ଭଦ୍ରକ ୫, ବଲାଙ୍ଗୀର ୧୧, ବୌଦ୍ଧ ୧, କଟକ ୧୧, ଦେଓଗଡ ୨, ଢେଙ୍କାନାଳ ୨, ଗଜପତି ୩, ଗଞ୍ଜାମ ୪, ଜଗତସିଂହପୁର ୨, ଯାଜପୁର ୧୨, ଝାରସୁଗୁଡ଼ା ୧୫, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୧୦, କେନ୍ଦୁଝର ୯, ଖୋର୍ଦ୍ଧା ୧୧, କୋରାପୁଟ ୩, ମୟୁରଭଞ୍ଜ ୮, ନବରଙ୍ଗପୁର ୨, ନୟାଗଡ ୨, ନୂଆପଡା ୧, ପୁରୀ ୧୦, ରାୟଗଡା ୧, ସମ୍ବଲପୁର ୧୪, ସୋନପୁର ୨, ଷ୍ଟେଟ ପୁଲରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments
Loading...