ପ୍ରେମ ବିବାହ ବନ୍ଦ ପାଇଁ କରୋନା ନାଟକ : ପ୍ରେମିକା କହିଲା ‘କରୋନା ହାରିବ-ପ୍ରେମ ଜିତିବ’

କରୋନା ମହାମାରୀ ଏବେ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ତେବେ ଅନେକ ଏହାକୁ ବାହାନା କରି ସମସ୍ୟାର ସମାଧାନ କରିବାର ପ୍ରୟାସ କରୁଛନ୍ତି। କରୋନାକୁ ନେଇ ଘଟିଥିବା ଏକ ଅଜବ ଘଟଣା ସଂପର୍କରେ….
କରୋନା ସମୟରେ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଝିଅର ପରିବାର ପୁଅକୁ ପସନ୍ଦ କରୁନଥିଲେ। ଯେତେବେଳେ ଝିଅଟି ନିଜ ପ୍ରେମିକକୁ ବିବାହ କରିବା ପାଇଁ କୋର୍ଟରେ ପହଞ୍ଚିଲା, ପରିବାର ଲୋକେ ବିବାହକୁ ବନ୍ଦ କରିବା ପାଇଁ କୋର୍ଟରେ ପହଞ୍ଚିଲେ। ତେବେ ଝିଅର ପିତାମାତା କହିଲେ ଯେ,ଝିଅ କରୋନା ପଜିଟିଭ୍। ପରେ ଝିଅକୁ ୧୪ ଦିନ ପାଇଁ ଏକାନ୍ତବାସରେ ରଖାଯାଇଛି। ତେବେ ଯୁବତୀ ଜଣକ କହିଛନ୍ତି ଯେ କରୋନା ହାରିଯିବ ଏବଂ ସେମାନଙ୍କ ପ୍ରେମ ଜିତିବ।
ପ୍ରକୃତରେ ଅମାଲପୁରା ଅଞ୍ଚଳର ଜଣେ ୧୯ ବର୍ଷର ଯୁବତୀ, ନିଜ ସମାଜର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପୁଅର ପରିବାର ଝିଅକୁ ଭଲ ପାଉଥିଲେ ଓ ପସନ୍ଦ କରିଥିବାବେଳେ ଝିଅର ପରିବାର ପୁଅକୁ ପସନ୍ଦ କରୁନଥିଲେ। ଝିଅର ପରିବାରର ଲୋକେ ବିବାହକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ କିନ୍ତୁ ଝିଅ କିଛି ଶୁଣିନଥିଲା
ଯୁବକ ଜଣଙ୍କୁ ପ୍ରେମ ବିବାହ କରିବା ପାଇଁ ଏକ ଆଫିଡେଭିଟ୍ ନିମନ୍ତେ ଝିଅ ଜିଲ୍ଲା କୋର୍ଟରେ ପହଞ୍ଚିଲା। ଏହି ସମୟରେ  ଝିଅର ପରିବାର ଲୋକ ମଧ୍ୟ କୋର୍ଟରେ ପହଞ୍ଚିଲେ। ସେମାନେ ଓକିଲଙ୍କୁ କହିଥିଲେ ’ସାର୍ ଆପଣ ଏହି ଝିଅଠାରୁ ଦୂରରେ ରୁହନ୍ତୁ, ତାକୁ କରୋନା ହୋଇଛି। କେବଳ ଏତିକି ନୁହେଁ ପରିବାର ଲୋକେ ସ୍ୱାସ୍ଥ୍ୟ ବିଭାଗ ହେଲ୍ପଲାଇନ ନମ୍ବର ୧୦୪ରେ ଅଭିଯୋଗ କରିଦେଲେ ଯେ, କରୋନା ପଜିଟିଭ୍ ଥିବା ଝିଅ ବିବାହ ପାଇଁ କୋର୍ଟକୁ ଆଫିଡେଭିଟ ନିମନ୍ତେ ଯାଇଛି।
କରୋନା କଥା ଶୁଣିବା ମାତ୍ରେ କୋର୍ଟରେ ଟାଇପିଷ୍ଟ ଏବଂ ଓକିଲମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଲା। ଯୁବତୀଙ୍କ ଆଫିଡେଭିଟ୍ କରୁଥିବା ଓକିଲ ମଧ୍ୟ ଦୂରେଇ ଗଲେ। କହିଲେ- “ପ୍ରଥମେ କରୋନା ଯାଞ୍ଚ କର। ରିପୋର୍ଟ ନେଗେଟିଭ ଆସିବା ପରେ ଆପଣଙ୍କୁ ମୁଁ ସାହାଯ୍ୟ କରିବି। କାରଣ ଏହି ପରିସ୍ଥିତିରେ କୌଣସି ଓକିଲ ଆପଣଙ୍କ ମାମଲା ଗ୍ରହଣ କରିବେ ନାହିଁ।’’ ତେବେ ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ କୋର୍ଟରେ ପହଞ୍ଚି ଝିଅକୁ ଜିଲ୍ଲା ଡାକ୍ତରଖାନାକୁ ନେଇଗଲେ। ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିବା ସହିତ ଯୁବତୀକୁ ୧୪ଦିନ ପାଇଁ ଏକାନ୍ତବାସରେ ରହିବାକୁ କହିଲେ।
କରୋନା ନମୁନାର ରିପୋର୍ଟ ଆସିବାକୁ ଥିବାବେଳେ ମାମଲା ୧୪ ଦିନ ପାଇଁ ଆଗକୁ ଗଡି ଯାଇଛି। ଏହି ସମୟରେ ଝିଅଟି କହିଛି ଯେ ‘କରୋନା ମୋ ପ୍ରେମକୁ ପରାସ୍ତ କରିପାରିବ ନାହିଁ ।’ ଯଦି ବର୍ତ୍ତମାନ ନୁହେଁ, ତେବେ ପରେ, ଆମେ ଦୁହେଁ ଏକାଠି ହେବୁ। କରୋନା ହାରିଯିବ ଏବଂ ଆମ ପ୍ରେମ ଜିତିବ। ତେବେ ଆଫିଡେଭିଟ୍ କରୁଥିବା ଓକିଲ ବିରେନ୍ଦ୍ର ବର୍ମା କହିଛନ୍ତି ଯେ, ଯୁବତୀ ଜଣଙ୍କ ସ୍ବଭାବିକ ଥିଲେ। ମୁଁ ନିଜେ ତାଙ୍କ ସହ କଥା ହୋଇଥିଲି, କରୋନାର କୌଣସି ଲକ୍ଷଣ ନଥିଲା। ବିବାହ ବନ୍ଦ କରିବା ପାଇଁ ପରିବାର କରୋନାଙ୍କୁ ବାହାନା କରିଥିଲେ। ତେଣୁ ସେମାନେ କୋର୍ଟରେ ଏହି ନାଟକ କରିଛନ୍ତି। ଅନ୍ୟ ପକ୍ଷରେ ଯୁବତୀଙ୍କ ଯାଞ୍ଚ ରିପୋର୍ଟ ଏପନ୍ତ ଆସି ନାହିଁ।

Comments are closed.