ସାମୁଦ୍ରିକ ଝଡ଼ ‘ଫନି’: ୧୧ ଆଇପିଏସଙ୍କ ଦାୟିତ୍ୱରେ ୧୧ ଜିଲ୍ଲା

ଭୁବନେଶ୍ୱର: ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ଓ ତଦଜନିତ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ମହାନିର୍ଦ୍ଦେଶକ ଡଃ. ଆର. ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମସ୍ତ ପ୍ରକାର ଉପକରଣ ସହ ୨୪ ଘଣ୍ଟିଆ ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଛୁଟିରେ ଥିବା କନେଷ୍ଟବଳଙ୍କ ଠାରୁ ଆଇପିଏସ ପର୍ଯ୍ୟନ୍ତ ସମସ୍ତଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି। ଇତି ମଧ୍ୟରେ ୧୧ଜଣ ବରିଷ୍ଠ ଆଇପିଏସଙ୍କୁ ୧୧ ଜିଲ୍ଲାରେ ମୁତୟନ କରାଯିବାକୁ ସ୍ଥିର ହୋଇଛି।

ଏଥି ପାଇଁ ଆଇପିଏସ ଏସ.କେ.ଉପାଧ୍ୟାୟଙ୍କୁ ଯାଜପୁର, ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁର, ବିନୟତୋଷ ମିଶ୍ରଙ୍କୁ ଭଦ୍ରକ, ଆର.ପି. କୋଚେ ଖୋର୍ଦ୍ଧା, ଏସ.କେ. ପ୍ରିୟଦଶୀ ପୁରୀ, ଅରୁଣ ବୋଥ୍ରାଙ୍କୁ କେନ୍ଦ୍ରାପଡା, ଅମିତାଭ ଠାକୁରଙ୍କୁ ଗଞ୍ଜାମ, ଘନଶ୍ୟାମ ଉପାଧ୍ୟାୟଙ୍କୁ ନୟାଗଡ଼, ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବାଲେଶ୍ୱର, ନିଖିଲ କୁମାର କାନୋଡିଆଙ୍କୁ କଟକ ଏବଂ ସେଫିନ ଅହମ୍ମଦଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

Comments are closed.