ଟିକଟ ନ ମିଳିବାରୁ ଇସ୍ତଫା ଦେଲେ ଟିଏମସି ବିଧାୟିକା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଚାଲିଛି। ଟିଏମସି ବିଧାୟିକା ଦେବଶ୍ରୀ ରାୟଙ୍କୁ ଚଳିତଥର ଟିକେଟ ନ ମିଳିବାରୁ ସୋମବାର​ ସେ ଦଳରୁ ଇସ୍ତଫା ଦେଇଛନ୍ତି। ଗତ କିଛିଦିନ ହେବ ଟିଏମସିର ଅନେକ ସାଂସଦ ଏବଂ ବିଧାୟକମାନେ ଦଳରୁ ଇସ୍ତଫା ଦେଇଆସିଥିବାବେଳେ ଏହି ଧାରା ଜାରି ରହିଛି।

ଗତ ଡିସେମ୍ବରରେ ମମତାଙ୍କ ଘନିଷ୍ଠ ତଥା ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଏହା ପରେ ପରେ ଦଳର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଦିନେଶ ତ୍ରିବେଦୀ ଦଳରୁ ଇସ୍ତଫା ଦେଇଥିଲେ। ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି ହୋଇଛି, ଯେଉଁଥିରୁ ସେ ଅଣନିଃଶ୍ଵାସୀ ହୋଇପଡ଼ିଛନ୍ତି। ବୋଲି ଦିନେଶ କହିଥିଲେ।

ଦିନେଶ ବି ପରେ ବିଜେପିରେ ସାମିଲ ହେବା ସହିତ ଏହାକୁ ଜନତାଙ୍କ ପରିବାର ଭଳି ପାର୍ଟି ବୋଲି କହିଥିଲେ। ବିଜେପିରେ ପାର୍ଟି ସେବା ନୁହେଁ, ଜନତାଙ୍କ ସେବା ପାଇଁ କାମ କରାଯାଏ।

Comments are closed.