ଟିଟିଲାଗଡ଼ : ଦୁଇ ପେଟ୍ରୋଲ ପମ୍ପ ୭ ଦିନ ପାଇଁ ସିଲ୍

ଟିଟିଲାଗଡ଼ : ଟିଟିଲାଗଡ଼ ସହରରେ ଶନିବାର ଦୁଇ ପେଟ୍ରୋଲ ପମ୍ପକୁ ୭ ଦିନ ପାଇଁ ସିଲ୍ କରାଯାଇଛି। ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ଉପଜିଲାପାଳ ସୋମେଶ ଉପାଧ୍ୟାୟ, ଏସଡ଼ିପିଓ ସୁରେନ୍ଦ୍ରନାଥ ଶତପଥୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ କୋଭିଡ ଗାଇଡଲାଇନ ପାଳନ ନେଇ ଚଢ଼ାଉ କରିଛନ୍ତି। ସହରର ଶାସ୍ତ୍ରୀ ଛକରେ ଅନେକ ଗାଡି ମୋଟର ଧରପଗଡ଼ ସହ ଅମାନିଆଙ୍କୁ  ଚେତାବନୀ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ମାର୍ଚ୍ଚ କରି ଅମାନିଆଙ୍କୁ ଗୋଡ଼ାଇ ଥିବା ଦେଖା ଯାଇଥିଲା । ସହରର ସ୍ନେହା ଏବଂ ଅଞ୍ଜନି ପେଟ୍ରୋଲ ପମ୍ପରେ ବିନା ମାସ୍କରେ ପେଟ୍ରୋଲ ଦିଆଯିବା ନେଇ ୭ ଦିନ ପାଇଁ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ପୌର ପରିଷଦ ପକ୍ଷରୁ ସିଲ୍ କରାଯାଇଛି।

Comments are closed.