ଟିଟିଲାଗଡ଼ ବିଡ଼ିଓଙ୍କୁ ମରଣାନ୍ତକ ଆକ୍ରମଣ

ଟିଟଲାଗଡ଼ : ଟିଟିଲାଗଡ ବିଡ଼ିଓ ତଥା ଭାରପ୍ରପ୍ତ ମାଜିଷ୍ଟ୍ରେଟ ନବୀନ ନାୟକଙ୍କୁ ବିଜେପି ନେତା କୁନା ଭାଟି ଏଵଂ ତାଙ୍କ ଜଣେ ସହଯୋଗୀ ଆଜି ଅପରାହ୍ନରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ବିଡିଓ ଶ୍ରୀ ନାୟକ ଆଜି ତାଙ୍କ କାର୍ଯ୍ୟାଳୟରେ ଥିବାବେଳେ ଅଚାନକ ମାତାଲ୍ ଅବସ୍ଥାରେ କୁନା ଆସି ଅତ୍ୟନ୍ତ ଅସିଳ ଭାଷାରେ ଗାଳିଗୁଲଜ ସହ ଆକ୍ରମଣ କରିଥିଲେ। ଅନେକ ବ୍ଲକ କର୍ମଚାରୀ ଉପସ୍ଥିତ ଥିବା ବେଳେ ଭୟରେ କେହି ପ୍ରତିବାଦ କରିବାକୁ ସାହସ କରିନଥିଲେ। ସମସ୍ତ ଘଟଣା ବ୍ଲକରେ ଲାଗିଥିବା ସିସିଟିଭି କ୍ୟାମେରାରେ ସୁଟିଙ୍ଗ ହୋଇଥିବାବେଳେ ଏନେଇ ବିଡିଓ ଶ୍ରୀ ନାୟକ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ନେଇ ସହରବାସୀ ତଥା ବ୍ଲକ କର୍ମଚାରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋଷୀଙ୍କୁ ତୁରନ୍ତ ଗିରଫ ଏବଂ ସୁରକ୍ଷା ଦାବୀରେ ଆସନ୍ତା କାଲିଠାରୁ ବ୍ଲକ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅପପକ୍ଷରେ ଅଦ୍ୟାବଧି ପୁଲିସ ବିଭାଗର କେହି ଅଧିକାରୀ ପହଞ୍ଚି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.