ସାଲେଭଟା ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣାରେ ଗିରଫ ଦାବି

ଟିଟିଲାଗଡ଼ : ବଲାଙ୍ଗିର ଜିଲା ସାଲେଭଟା ଗ୍ରାମରେ ଆଦିବାସୀ ପରିବାରଙ୍କ ଦ୍ୱାରା ନିର୍ମାଣାଧିନ ଗୃହ ଭଙ୍ଗା ଅଭିଯୋଗରେ ଦୋଷୀଙ୍କୁ ଗିରଫ ପାଇଁ ଜିଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ ଶାଖା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଠାରେ ଫେରାଦ ହୋଇଛି। ଏନେଇ ଆଜି ସଂଘର ଜିଲା ସଭାପତି ବ୍ରଜକିଶୋର ସିଂଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଟିଟିଲାଗଡ ଥାନା ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ସାକ୍ଷାତ ସହ ଦାବି ପତ୍ର ପ୍ରଦାନ କରିଛନ୍ତି। ସଂଘ ଅଭିଯୋଗ କରିଛି ଯେ, ସାଲେଭଟା ଗ୍ରାମର ୬ ଜଣଙ୍କ ପ୍ରଧାନମନ୍ତ୍ରୀ ଆବାସ ଘର ଭଙ୍ଗା ଯାଇଛି। ଘଟଣାରେ ଦୁଇ ଜଣ ଅଭିଯୁକ୍ତ ହେମକାନ୍ତି ମୁଣ୍ଡା ଏବଂ ମୋହନ ମୁଣ୍ଡାଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ସଂଘ ଦାବି କରିଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସିର ଦଫା ୪୩୬ ଅନୁଯାୟୀ ମାମଲା ଦରଜ କରିବାକୁ ସଂଘ ଦାବି କରିଛି। ସଂଘ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପସଭାପତି ଇନ୍ଦ୍ରମଣୀ ମାଝୀ, ନଗର ସଭାପତି ନିତ୍ୟା ମାଝୀ, ଜିଲା ସଂଗଠକ ଥବିର ପୁଝାରୀ, ଭୁବନେ ମାଝୀ, ଦିଲିପ ମାଝୀ, ଚଂଚଳା ମାଝୀ, ପତରଙ୍ଗି ମାଝୀ, ସୁବାଶ ମାଝୀ, ବଶିଷ୍ଠ ଭୁଏ, ସରୋଜ ପୁଝାରି ପ୍ରମୁଖ ପ୍ରତିନିଧି ମଣ୍ଡଳିରେ ସାମିଲ ଥିଲେ।

Comments are closed.