ବଜ୍ରାଘାତରେ ୯ ବଳଦଙ୍କ ମୃତ୍ୟୁ

ଟିଟିଲାଗଡ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ତଥା ସଇନ୍ତଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ  ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପବନ ପ୍ରାୟ ଦୁଇ ଘଣ୍ଟା ଧରି ଲାଗି ରହିଥିଲା। ଏଥିରେ ସଇନ୍ତଲା ଥାନା ଅନ୍ତର୍ଗତ ବଡମାଲ ରେଳ ଷ୍ଟେସନ ସମ୍ମୁଖରେ ଏକ ଗଛ ତଳେ ବର୍ଷା ସମୟରେ ଆଶ୍ରୟ ନେଇଥିବା ୯ ବଳଦଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ ଵଡମାଲ ଟିଟିଲାଗଡ଼ ରାସ୍ତା ଉପରେ ଅନେକ ସ୍ଥାନରେ ବନ୍ୟା ଭଳି ପାଣି ମାଡ଼ିଥିବା ଦେଖାଯାଇଥିଲା। ଜୋର ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡିଥିଲା।

Comments are closed.