ବ୍ୟାପକ ମଦ ପାଉଚ ଜବତ, ଜଣେ ଗିରଫ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟଲାଗଡ଼ରେ ଅବକାରୀ ବିଭାଗ ପକ୍ଷରୁ ଗତ ୭ ଦିନ ମଧ୍ୟରେ ୧୯ଟି ସ୍ଥାନରେ ଚଢଉ କରାଯାଇ ବ୍ୟାପକ ମଦ ପାଉଚ ଜବତ କରାଯାଇଛି। ସୂଚନା ମୁତାବକ, ଗୁରୁବାର ଲୁଥୁରବନ୍ଧ ମହଦା ଅଞ୍ଚଳରେ ଏକ ବାଇକରେ ମଦ ଆଣୁଥିବା ଜଣେ ଯୁବକଙ୍କୁ ଟିଟିଲାଗଡ ଅବକାରୀ ବିଭାଗ ଅଧିକାରୀ ଗୋବର୍ଦ୍ଧନ ରଣାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଚଢଉ କରି ତାଙ୍କଠାରୁ ୨୦୦ ମଦ ପାଉଚ ଏବଂ ବାଇକ ଜବତ କରିଛି। ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ ବେପାରିଙ୍କ ବିରୁଦ୍ଧରେ ୧୮ଟି କେସ ରୁଜୁ କରିବା ସହ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଦେଶି ଏବଂ ବିଦେଶି ମଦ ସମେତ ମୋଟ ୧୮୬ ଲିଟର ମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି।

 

Comments are closed.