ଆରପିଏଫର ଯାତ୍ରୀ ସଚେତନତା

ଟିଟିଲାଗଡ଼: ଟିଟିଲାଗଡ ଆରପିଏଫ ପକ୍ଷରୁ ଯାତ୍ରୀ ସୁରକ୍ଷା ଶନିବାର ପ୍ରଚାର ପତ୍ର ବନ୍ଟନ ସହ ସଚେତନତା ସୃଷ୍ଟି କରାଯାଇଛି। ଟ୍ରେନରେ ସେଲଫି ନଉଠାଇବା, ଫୁଟବୋର୍ଡରେ ନବସିବା, ନିଜ ଜିନିଷ ପତ୍ରର ସୁରକ୍ଷା, ଯାତ୍ରା ସମୟରେ ତଥା ପ୍ଲାଟଫର୍ମରେ ସୁରକ୍ଷା ଆଦି ନେଇ ଆରପିଏଫ ଅଧିକାରୀ ଏମଏସ କୁମାୱତଙ୍କ ନେତୃତ୍ୱରେ ଯାତ୍ରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ୟ୍ୟକ୍ରମ କରାଯାଇଛି। ଆରପିଏଫ ଏଏସଆଇ ଏସ ପଣ୍ଡା, ସିଟି ଏମସି ସାହୁ, ସନ୍ଦିପ ଶର୍ମା, ଶମ୍ଭୁ ସାହୁ, ଏସକେ ଦାସ, ଏଫ ମାହାର ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ।

Comments are closed.