ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

ଟିଟିଲାଗଡ଼ : ପେଟ୍ରୋଲ, ଡିଜେଲ ତଥା ଜାଳେଣି ଗ୍ୟାସ ସାଙ୍ଗକୁ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଉଟି ଦ୍ରବ୍ୟର ଦରବୃଦ୍ଧିକୁ ନେଇ ଟିଟିଲାଗଡ଼ ମହିଳା ବିଜେଡି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଶତାଧିକ ବିଜେଡି ନେତ୍ରୀ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ନାରାବାଜି ପ୍ରଦର୍ଶନ କରାଯାଇଛି । ଦଳ ପକ୍ଷରୁ ବରିଷ୍ଠ ନେତ୍ରୀ ସୁକାନ୍ତି ପାଢ଼ୀ, ଗୀତା ବିଶି, ମୈତ୍ରୀ ସାହୁଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତା ଉପସ୍ଥିତ ଅଛନ୍ତି ।

Comments are closed.